କଟକ ସଦର,୨୮/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ ପଞ୍ଚାୟତ ରଘୁନାଥପୁର ଗ୍ରାମର ଜନୈକ ପୂର୍ବତନ ସରପଂଚ ମୀନତି ବେହେରାଙ୍କ ପୁତୁରା ବବୁଲ ଓରଫ ସୁନିଲ୍ କୁମାର ବେହେରା (୩୧) ଆଜି (ଶୁକ୍ରବାର) ପୂର୍ବାହ୍ନରେ ସାଙ୍ଗମାନଙ୍କ ସହିତ ଘର ନିକଟରେ ଥିବା ପୋଖରୀ ରେ ଗାଧୋଉ ଥିବା ବେଳେ ବୁଡ଼ି ଯାଇ ଅକାଳ ମୃତ୍ୟୁ ବରଣ କରିଥିବା ଜଣାପଡିଛି।
ମୃତକ ଵଵୁଲ ନିକଟରେ ଦାଦା ଦଇତାରୀ ବେହେରାଙ୍କ ପରଲୋକ ରେ କଟକ ସିଡିଏ ଘରୁ ଗ୍ରାମକୁ ଆସି ରହୁଥିବା ବେଳେ ଅଘଟଣର ଶୀକାର ହୋଇଛନ୍ତି। ସିଏ ଜଣେ ସାଦାସିଧା, ପରୋପକାରୀ, ମିଷ୍ଟଭାଷୀ ହୋଇଥିବା ରୁ ତାଙ୍କର ଅକାଳ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପୋଷ୍ଟମର୍ଟମ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ମୃତକ ଙ୍କ ପିତା ମାତାଙ୍କ କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ଜଣାଯାଇଛି।
