ରାସାୟନିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ

ଜଗତସିଂହପୁର,୨୫/୦୨/୨୦୨୫ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଆଜି ସକାଳ ୧୦ଘ.୩୦ମି  ସମୟରେ ସ୍ଥାନୀୟ ଏନ ଆଇ ସି ସମ୍ମିଳନୀ କକ୍ଷଠାରେ ଏକ ଟେବୁଲ ଟପ୍ ମକ୍ ଏକ୍ସରସାଇଜ ଆୟୋଜିତ ହୋଇଯାଇଛି ।

ଶିଳ୍ପ ସମ୍ବନ୍ଧୀୟ ରାସାୟନିକ ବିପର୍ଯ୍ୟୟଗୁଡ଼ିକୁ ମୁକାବିଲା କରିବା ପାଇଁ ଆସନ୍ତା ଫେବୃୟାରୀ ୨୮ ତାରିଖରେ  ଜିଲ୍ଲାର ପି ପି ଏଲ ଏବଂ ଇଫକୋ  ଠାରେ ମକ୍ ଏକ୍ସରସାଇଜ କରିବା ପାଇଁ ଆଜିର କାର୍ଯ୍ୟକ୍ରମରେ ଆଲୋଚନା କରାଯାଇ ଏହି ପଦକ୍ଷେପକୁ ସୁଚାରୁ ରୂପେ ସଂପାଦନ  କରିବା ପାଇଁ ନିଷ୍ପତ୍ତି ନିଆଗଲା ।

ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ଜଗତସିଂହପୁର ଜିଲ୍ଲା ର ପ୍ରସ୍ତୁତି ସମ୍ବନ୍ଧରେ ପି ପି ଟି ମାଧ୍ୟମରେ ଉପସ୍ଥାପନ କରିବା ସହ ୨୮ ତାରିଖ ମକଡ୍ରିଲ ପାଇଁ ଜିଲ୍ଲା ସମ୍ପୂର୍ଣ ପ୍ରସ୍ତୁତ ବୋଲି ଓସ୍ଡମା କୁ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶ୍ରୀ ଅନିଶା ଦାସ, ଙ୍କ ସମେତ ଜିଲ୍ଲାର ବିଭିନ୍ନ ବରିଷ୍ଠ ଅଧିକାରୀ ତଥା  ପି ପି ଏଲ ଓ ଇଫକୋ ର ଅଧିକାରୀ ଯୋଗଦେଇ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *