କଟକ ସଦର, ୨୫/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଷ୍ଣୁ ପ୍ରିୟା ସେବା ସମିତି ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଟକ ପୂର୍ବାଞ୍ଚଳର ପ୍ରସିଦ୍ଧ ଶୈବପୀଠ ପରମହଂସ ନାଥ ମନ୍ଦିର କୁ ଦାନ କରାଯାଇଥିବା ପାଞ୍ଚ ଗୋଟି ପିତ୍ତଳ କବାଟକୁ ମହା ଶିବରାତ୍ରି ପୂର୍ବରୁ ଅର୍ଥାତ ଆଜି (ମଙ୍ଗଳବାର) ସଂଧ୍ୟାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଓ ସେବା ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଉଦଘାଟନ କରିଥିବା ଜଣାଯାଇଛି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ସଦର ତହସିଲଦାର ସୁଜୟ କୁମାର ପତି ଙ୍କ ସମେତ ସମାଜସେବୀ ପ୍ରଫୁଲ୍ଲ ସିଂହ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ସଂପାଦକ ଡ଼ଃ ଦେବଦତ୍ତ ନନ୍ଦ,ପରମହଂସ ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ଅନିରୁଦ୍ଧ ରାଉଳ, ପୂର୍ବତନ ସରପଂଚ ନିର୍ମଳ ଦାସ, ସେବାୟତ ଜଗନ୍ନାଥ ପଣ୍ଡା, କନ୍ଦରପୁର ଥାନା ଆଇଆଇସି ରାଧାକାନ୍ତ ସାହୁ, ହୃଷିକେଶ ରଣା, ନିରଞ୍ଜନ ରାଉଳ, ସୁରେଶ ଜେନା,ଯୋଗୀ ଯୋଗେନ୍ଦ୍ର ନାଥ ପ୍ରମୁଖ ଯୋଗ ଦେଇଥିଲେ।
