ପିଆଇ କଲେଜରେ ଆତ୍ମ ସୁରକ୍ଷା କର୍ମଶାଳା ଉଦଘାଟିତ ।

କଳାହାଣ୍ଡି,୦୬/୦୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷ କଳା ଓ ବିଜ୍ଞାନ ର ୧୨୭ ଜଣ ଛାତ୍ରୀ କୁ ଆଜି ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହା ଛୁଟି ଦିନକୁ ଛାଡି ଆଠ ଦିନ ଧରି ତାଲିମ୍ ଦିଆଯିବ ଉକ୍ତ ତାଲିମ୍ ଶିବିରରେ ଶ୍ରୀ ବିଭୁତି ଭୂଷଣ ମେହେର ଅଧ୍ୟକ୍ଷ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ, ଜୁନାଗଡ଼, ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସଂଘ ସଭାପତି ଶ୍ରୀ ଖଗେଶ୍ୱର ଧାଙ୍ଗଡାମାଝି ଯୋଗଦେଇଥିଲେ । ସମ୍ମାନ୍ନିତ ଅତିଥି ଭାବେ ଶ୍ରୀ ରାକେଶ କୁମାର ବେମାଲ, ପ୍ରାଧ୍ୟାପିକା ଶ୍ରୀମତୀ ସାଗରିକା ଦାସ, ଜୁନାଗଡ ପୁଲିସ ଷ୍ଟେସନ ର ଦୁଇଜଣ ଅଧିକାରୀ ଶ୍ରୀ ତପନ କୁମାର କ।ଲୋ, ଶ୍ରୀ ନିତ୍ୟାନନ୍ଦ ଦାସ, ଅଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣିମାସି ମାଝୀ ଆତ୍ମ ସୁରକ୍ଷା ତାମିଲ୍ କାର୍ୟ୍ୟକ୍ରମ ର ସଂଯୋଜିକା ଓ ସହ ସଂଯୋଜକ ଶ୍ରୀ ସମୀର କୁମାର ସାହୁ ଯୋଗଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା ବିଭାଗୀୟ ମୁଖ୍ୟ ଓଡ଼ିଆ ଓ ସାହିତ୍ୟ ବିଭାଗ ଦୁଇଜଣ ପ୍ରଶିକ୍ଷକ ମିସ୍ ଜଳି ପରାଭୋଇ ଓ ଶିବାନୀ ଭାଟି ସମସ୍ତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବେ ଏହି କାର୍ୟ୍ୟକ୍ରମ ରେ ବିକାଶ ବେହେରା, ଗୁପ୍ତେଶ୍ଵର ସ୍ୱାଇଁ, ରାଜକୁମାରୀ ବେମାଲ, ବିଶ୍ଵନାଥ ଗୋପାଳ, ବାବୁଲି ଗୋପାଳ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *