ଜୁନାଗଡ଼, ୨୪/୦୨/୨୦୨୫ (ଓଡ଼ିଶା ସମାଚାର)- କଟକ ଠାରେ ଅୟୋଜିତ ମାଷ୍ଟର୍ ବ୍ୟାଡମିଣ୍ଟନ ଚମ୍ପିଅନସିପ୍ ରେ କଳାହାଣ୍ଡି ର ଚାରିଜଣ ଖେଳାଳି ପୁଣି କଳାହାଣ୍ଡି ର ନାମ ଉଜ୍ଜଳ କରିଛନ୍ତି । ଶ୍ରୀ ସମୀର କୁମାର ସାହୁ ୫୫ ବର୍ଷ ରୁ ଉର୍ଦ୍ଧ ବିଭାଗରେ ଚମ୍ପିଅନ୍ ( ବିଜେତା) ହେଇଛନ୍ତି, ଶ୍ରୀ ମହେଶ କୁକ୍ରେଯା ୫୦ ବର୍ଷ ରୁ ଉର୍ଦ୍ଧ ବିଭାଗରେ ଉପବିଜେତା, ଶ୍ରୀ ଗୌରି ଶଙ୍କର ବିଶି ୬୦ ବର୍ଷ ରୁ ଉର୍ଦ୍ଧ ଉପବିଜେତା, ଶ୍ରୀ ଚତୁର୍ଭୁଜ ନାଏକ ୫୫ ବର୍ଷ ରୁ ଉର୍ଦ୍ଧ ବିଭାଗରେ ଉପବିଜେତା ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଦେଇଛନ୍ତି ।
ଶ୍ରୀ ସମିର କୁମାର ସାହୁ ଆଗାମୀ ମାର୍ଚ ମାସରେ ଗୋଆ ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଅନସିପ୍ ରେ ଓଡିଶା ତରଫରୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହେଇଛନ୍ତି । ଏଥି ପୂର୍ବରୁ ମଧ୍ୟ ଶ୍ରୀ ସମୀର କୁମାର ସାହୁ ନଅ ଥର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ବିଜେତା ହୋଇ ସମ୍ପ୍ରତି ଜୁନାଗଡ଼ ବିଜୁ ପଟନାୟକ ଇନଡ଼ୋର ହଲ ରେ ନିଜେ ଅଭ୍ୟାସ କରିବା ସହ ଅନେକ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ଆଗାମୀ ପିଢ଼ି ର ଖେଳାଳି ତିଆରି କରିବାରେ ନିଜକୁ ନିୟୋଜିତ କରିଛନ୍ତି ।
ତାଙ୍କର ଏହି ସଫଳତା ପାଇଁ ବ୍ୟାଡ଼ମିଣ୍ଟନ ଆସୋସିଏସନ ସଭାପତି ହିମାଂଶୁ ଶେଖର ବରାଡ଼ କାର୍ୟ୍ୟକାରୀ ସଭାପତି ସରୋଜ କୁମାର ପଣ୍ଡା, ସାମ୍ବାଦିକ ସଂଘ ସଭାପତି ଖଗେଶ୍ୱର ଧଙ୍ଗଡ଼ାମାଝି, ଜିଲ୍ଲା ଓ ୟୁ ଜେ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂଦେଓ, ଓକିଲ ସଂଘ ସଭାପତି କୈଳାଶ ଚୌଧୁରୀ ଶୁଭେଛା ଜଣାଇଛନ୍ତି ।
