ବହୁ ଚର୍ଚ୍ଚିତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ହତ୍ୟାକାଣ୍ଡ   ର ପର୍ଦ୍ଦାଫାସ

ଢେଙ୍କାନାଳ, ୨୧/୦୨/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁର ବହୁ ଚର୍ଚ୍ଚିତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ହତ୍ୟାକାଣ୍ଡକୁ ନେଇ ପର୍ଦ୍ଦାଫାସ କରିଛନ୍ତି ଢେଙ୍କାନାଳ ଏସପି ଅଭିନବ ସୋନକର । ତୁମୁସିଙ୍ଗା ଥାନା ଠାରେ ଆୟୋଜିତ ପ୍ରେସମିଟରେ ପ୍ରଭାତୀ ଦେହୁରୀଙ୍କ ହତ୍ୟାକାଣ୍ଡର ଗୁମର ଖୋଲିଛନ୍ତି ଏସପି।

ଅଭିଯୁକ୍ତ ଶିକ୍ଷକ ସୋମନାଥ ବିଶ୍ୱାଳଙ୍କର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡାର ରୂପ ନେଇଥିଲା। ଏବଂ ଯାହାକୁ ନେଇ ସୋମନାଥ ଏକ ଷ୍ଟଲ ବା ଓଢ଼ଣି ସାହାଯ୍ୟରେ ପ୍ରଭାତୀଙ୍କ ବେକକୁ ଚିପି ହତ୍ୟା କରିଥିଲେ। ଏ ନେଇ ତୁମୁସିଙ୍ଗା ପୋଲିସ ପାଖରେ ଏକ ବଡ଼ ଚ୍ୟାଲେଞ୍ଜ ରହିଥିଲା। ଯାହାକୁ ନେଇ ଏକ ସ୍ୱତନ୍ତ୍ର ଟିମ ସୋମନାଥକୁ ଧରିବାରେ ସଫଳ ହୋଇଥିଲେ। ଏବଂ ତାଙ୍କ ଠାରୁ ୩ଟି ମୋବାଇଲ ଫୋନ, ସୁନା ଅଳଙ୍କାର, ଗାଡି ଓ ଘର ଚାବି ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *