୨ ଟି ସନ୍ତାନ ଆଇନ ଲାଗୁ କରିବାକୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

ସାଲେପୁର, ୧୬/୭/୨୦୨୪ (ଓଡିଶା ସମାଚାର  / ଅଭୟ ଜେନା ) – ବିଶ୍ବ ଜନସଂଖ୍ୟା ଦିବସରେ ଜନସଂଖ୍ୟା ଅଭିବୃଦ୍ଧି କାରଣରୁ ଦେଖାଯାଉଥିବା ସମସ୍ୟାର ନିରାକରଣ ନିମନ୍ତେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ,କଟକଜିଲ୍ଲା ତରଫରୁ  ସଭାନେତ୍ରୀ ସବିତା ରାଣୀ ଦାଶ ଓ କଟକସଦର ସଭାପତି ଶଶଧର ମିଶ୍ରଙ୍କ ନେତୃତ୍ୱରେ ସବୁ ନାଗରିକମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ ସହିତ ଜାତି,ବର୍ଣ୍ଣ,ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ କଟକ ଜିଲ୍ଲାପାଳ ଅରବିନ୍ଦ ଡାକୁଆଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନର ଅନ୍ୟ ସଦସ୍ୟମାନେ ସତ୍ୟଭାମା ଦେବତା,ସୁଜାତା ନନ୍ଦ, ଵିଜୟାନନ୍ଦିନୀ ଲେଙ୍କା, ମଧୁସ୍ମିତା ଜେନା, ଵିଶଲ୍ୟା ରାଉତ, ମଧୁସ୍ମିତା ମହାନ୍ତି, ତୃପ୍ତିମୟୀ ମହାନ୍ତି, ଆଶୁତୋଷ ଦେଵତା,ଶିବାନୀ ମୁଦୁଲି, ୪୨ମୈ।ଜାର ସମାଜସେବୀ ପ୍ରସନ୍ନ ନାୟକ ଓ ଦୀପକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *