କଟକ ସଦର,୨୧/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ ଵସ୍ତପଡା ଗ୍ରାମରେ ନିତ୍ୟ ମଙ୍ଗଳା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇ ଶୁକ୍ରବାର ଦିନ ଉଦଯାପିତ ହୋଇଛି।
ଏହି ଉପଲକ୍ଷେ ମନ୍ଦିର ପରିସରରେ ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତମାନଙ୍କ ପକ୍ଷରୁ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ମହିଳାମାନେ କଳସ ଶୋଭାଯାତ୍ରାରେ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ।
ଏଥିସହିତ ମା’ ନିତ୍ୟ ମଙ୍ଗଳା ଙ୍କୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ମନ୍ଦିରରେ ସିଂହାସନ ଆରୋହଣ କରାଯାଇଥିଲା। ଗ୍ରାମବାସୀମାନଙ୍କ ଅକୁଣ୍ଠ ସହଯୋଗ ସହିତ କାର୍ଯ୍ୟକ୍ରମ ପରିଚାଳନାରେ ଭରତ ଚନ୍ଦ୍ର ସ୍ୱ।ଇଁ, ବିବେକାନନ୍ଦ ଭୁୟାଁ, ନରେନ୍ଦ୍ର ବେହେରା,
ବିଜୟ କୁମାର ବେହେରା, ବିଜୟ କୃଷ୍ଣ ବେହେରା, ବଙ୍ଗାଳୀ ଚରଣ ବେହେରା, ମନୋଜ କୁମାର ରାଉତରାୟ, ଧନେଶ୍ଵର ବେହେରା,ଶିଵ ଶଙ୍କର ବେହେରା, ବାଉରୀବନ୍ଧୁ ସ୍ୱ।ଇଁ, ବାଲୁଙ୍କେଶ୍ୱର ରାଉତରାୟ, କନକଲତା ବେହେରା, କର୍ତ୍ତା ଦେବାଶିଷ ପଲେଇ, କର୍ତ୍ତି ସସ୍ମିତା ପଲେଇ, ଲକ୍ଷ୍ମୀଧର ସ୍ୱ।ଇଁ, ବାମନ ଚରଣ ସ୍ୱ।ଇଁ,ଗଗନ କୁମାର ସ୍ଵାଇଁ ପ୍ରମୁଖ ସହାୟତା କରିଥିଲେ।