ଭୁବନେଶ୍ୱର,୨୧/୦୨/୨୦୨୫ (ଓଡ଼ିଶା ସମାଚାର)- ସଂଘର ସର୍ବସମ୍ମତି ନିଷ୍ପତି ଅନୁସାରେ ଜଳସମ୍ପଦ ବିଭାଗ ଅଧିନରେ ତା ୧୨.୦୪.୧୯୯୩ରିଖ ପରେ ବିଭିନ୍ନ ଡିଭିଜନ୍ ମାନଙ୍କରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ ଓ କାର୍ଯ୍ୟକରି ଛଟେଇ ହୋଇଥିବା କର୍ମଚାରୀମାନଙ୍କ ଦୁଇ ଦଫା ଦାବି ପୂରଣ ପାଇଁ ଗାନ୍ଧୀମାର୍ଗ, ଲୋୟର ପିଏମଜି ସମ୍ମୁଖରେ ଗଣଧାରଣା ସଭା ଅନୁଷ୍ଠିତ ହୋଇଯାଇଅଛି ।
ସଂଘର ଦୁଇଦଫା ଦାବି ଯଥା- (୧)ଜଳସମ୍ପଦ ବିଭାଗ ଅଧିନରେ ତା ୧୨.୪.୧୯୯୩ରିଖ ପରେ କାର୍ଯ୍ୟ କରି ଆସୁଥିବା ସମସ୍ତ ଅସ୍ଥାୟୀ ଓ ଛଟେଇ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା (୨) ତା ୧୨.୪.୧୯୯୩ରିଖ ପରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀମାନଙ୍କ ଭିତରୁ ଯେଉଁମାନଙ୍କୁ ଛଟେଇ କରାଯାଇଛି, ସେହି କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ନିୟୋଜିତ କରାଯିବା ।
ସମାନ କାମକୁ ସମାନ ଦରମା ଦେବା ଅନୁସାରେ ଯେଉଁ କର୍ମଚାରୀମାନେ ଯେଉଁ ଯେଉଁ ପଦବୀରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସେହି ପଦବୀର ଦରମା ବା ମଜୁରୀ ପ୍ରଦାନ କରାଯିବା ଆଦି ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଦୁଇ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଧାରଣା କାର୍ଯ୍ୟକ୍ରମରେ ସଭାପତି ବସନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ମାନସ କୁମାର ଚୌଧୁରୀ, ଚିତରଂଜନ ହୋତା, ମଥୁରୀ ସାହୁ, ସରୋଜ କୁମାର ମହାନ୍ତି, ତି୍ରଲୋଚନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
