ନୂତନ ବିଡ଼ିଓଙ୍କୁ ଭେଟିଲେ ବ୍ଲକ ବିଜେଡ଼ି କର୍ମକର୍ତ୍ତା

ବାଲିଗୁଡା,୨୧/୦୨/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଶୁଭ୍ରାଞ୍ଜଳି ପ୍ରଧାନ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗୁଣୁପୁରରୁ ବଦଳି ହୋଇ ଆସି ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଡ଼ିଓ ଙ୍କୁ ଗୁରୁବାର କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଓ ଜିଲ୍ଲାପରିଷଦ ସଦସ୍ୟା ଅନିତା ମଲିକଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ବିଜେଡ଼ି ସଦସ୍ୟ ବୃନ୍ଦ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇ ଥିଲେ ।

ଏଥି ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକ୍ରମ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳରେ ସୁଚାରୁ ରୂପେ କାର୍ଯ୍ୟକ୍ାରୀ ହୋଇ ସାମୁହିକ ବିକାଶ ହୋଇପାରିବ, ସେନେଇ ସମସ୍ତ ସଦସ୍ୟ ଆଲୋଚନା କରିଥିଲେ । ବିଡ଼ିଓ ସବୁ ସଦସ୍ୟଙ୍କ ସହଯୋଗରେ ଗ୍ରାମାଞ୍ଚଳ ଓ ବ୍ଲକର ବିକାଶ ସମ୍ଭବ ବୋଲି କହି ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *