ଯାଜପୁର,୦୭/୦୧/୨୦୨୫ (ଓଡ଼ିଶା ସମାଚାର /ସୁରେଶ କର ) -ଭାରତୀୟ ଜନତା ପାର୍ଟି ବରୀ ନିର୍ବାଚନ ମଣ୍ଡଳୀ ର ମହାମିଶ୍ରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ୩୧ନଂ ଯୋନ ଅନ୍ତର୍ଗତ ଆଠ ଗୋଟି ପଞ୍ଚାୟତରୁ ବହୁ ବିଜେଡି କର୍ମୀ , ପୁର୍ବତନ ସରପଞ୍ଚ ବିଧିବଦ୍ଧ ଭାବେ ରଘୁନାଥପୁର ଖେଳ ପଡ଼ିଆରେ ଆୟୋଜିତ ଭାଜପା ର ଏକ ବିଶାଳ ମିଶ୍ରଣ ପର୍ବରେ ବିଜେପି ରେ ଯୋଗ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ବରୀ ଭାଜପା ନେତା ଉମେଶ ଜେନା , ଧର୍ମଶାଳା ବିଧାୟକ ହିମାଂଶୁ ସାହୁ , କୋରେଇ ବିଧାୟକ ଆକାଶ ଦାସନାୟକ , ଜିଲା ସଭାପତି ଗୌତମ ରାୟ , ଯାଜପୁର ସାଂସଦ ଡକ୍ଟର ରବିନାରାୟଣ ବେହେରା , ଭାଜପା ନେତା ଆଶୁତୋଷ ପରିଡା , ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର , ବିଂଝାରପୁର ଭାଜପା ନେତ୍ରୀ ବବିତା ମଲ୍ଲିକ ପ୍ରମୁଖ ଯୋଗ ଦେଇ ନବାଗତ ମାନଙ୍କୁ ଦଳିୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ଯାଜପୁର ରେ ବିଜେଡି ଶୁନ ହେବ ବୋଲି ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଥିଲେ ।