ପୂର୍ବତନ ରାଜ୍ୟସଭା ସାଂସଦ ତଥା ଓଡ଼ିଶାର ବିଶିଷ୍ଟ ନେତା ଧନେଶ୍ଵର ମାଝୀଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ

ଭୁବନେଶ୍ୱର, ୦୯/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବତନ ରାଜ୍ୟସଭା ସାଂସଦ ତଥା ଓଡ଼ିଶାର ବିଶିଷ୍ଟ ନେତା ଧନେଶ୍ଵର ମାଝୀଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଧନେଶ୍ଵର ମାଝୀ ୧୯୭୮ ରୁ ୧୯୮୪  ମସିହା ପର୍ଯ୍ୟନ୍ତ  ଓଡିଶାରୁ ରାଜ୍ୟସଭାକୁ ସାଂସଦ ଭାବେ ପ୍ରତିନିଧିତ୍ଵ କରିଥିଲେ । ଏହା ସହ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ଚାରି ଦଶନ୍ଧି ଧରି ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ତାଙ୍କର ଉଲ୍ଲେଖନୀୟ ଆଭିମୁଖ୍ୟ ରହିଥିଲା । ଜୀବନବ୍ୟାପୀ ସେ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି l ଜଣେ ଦକ୍ଷ ରାଜନେତା ଭାବେ ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ।

ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଶକ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

-0-

 

ସୁଶ୍ରୀ ସଙ୍ଗୀତା ମହାରଣା,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *