ପାଟକୁରା ୧୬/୦୨/୨୦୨୫ (ଓଡ଼ିଶା ସମାଚାର)- ଗତକାଲି ଶନିବାର ସନ୍ଧ୍ୟାରେ ପାଟକୁରା ଭାଜପା ନେତା ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗରଦପୁର ବ୍ଲକ୍ ଅନ୍ତର୍ଗତ ପର୍ୟ୍ୟଟନ କ୍ଷେତ୍ର ବଙ୍ଗାରି ଅନ୍ଧବର ପୀଠ ପରିଦର୍ଶନ କରି ସନ୍ଥ ଅନ୍ଧବର ଙ୍କ ଆଶୀର୍ବାଦ ନେଇଥିଲେ । ଅନ୍ଧବର ସାଂସ୍କୃତିକ ପରିଷଦ ତରଫରୁ ପ୍ରତିନିଧି ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ପ୍ରତିନିଧି ଦଳରେ ଭାଜପା ନେତା ତେଜେଶ୍ୱର ପରିଡା, ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀ, ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ ବିଜୟ ନାୟକ, ଚିତ୍ତରଞ୍ଜନ ସେଠୀ, ଅନିଲ ପାଣି, ଅତନୁ ପଣ୍ଡା, ଅଭିରାମ ସେଠୀ, ଗଙ୍ଗାଧର ସେଠୀ, ଗିରିଶ ଜେନା, ପ୍ରତାପ ବାରିକ, ଶିବପ୍ରସାଦ ମହାପାତ୍ର, ପ୍ରଶାନ୍ତ ସ୍ୱାଇଁ, ସନ୍ତୋଷ ରାଉତରାୟଙ୍କ ସମେତ ଅନେକ କାର୍ୟ୍ୟ କର୍ତ୍ତା ସାମିଲ ଥିଲେ । 
ଅନ୍ଧବର ସାଂସ୍କୃତିକ ପରିଷଦ ପରିଚାଳନା କମିଟି ତରଫରୁ ସଭାପତି ସନ୍ତୋଷ କୁମାର ସାମଲ, ସମ୍ପାଦକ ପ୍ରହ୍ଲାଦ ସାହୁ, ଶଶୀଭୁଷଣ ଜେନା, ଉପସଭାପତି ଅମୀୟ ନାୟକ, ସହ ସମ୍ପାଦକ ଅରୁଣ କୁମାର ପରିଡା, ସୁବାସ ପରିଡା, ଦିଲ୍ଲୀପ ଜେନା, ପ୍ରମୋଦ ସାହୁ, ପ୍ରଶାନ୍ତ ସ୍ୱାଇଁ, ସନ୍ତୋଷ ରାଉତରାୟ ,ଗଗନ ବାରିକ, ଆର୍ତବନ୍ଧୁ ଜେନା ପ୍ରମୁଖ ଭାଜପା ପ୍ରତିନିଧି ଦଳଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପର୍ୟ୍ୟଟନ କ୍ଷେତ୍ରରେ ଥିବା ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଗୋଚର କରାଇବେ ବୋଲି ଭାଜପା ନେତା ତେଜେଶ୍ୱର ପରିଡା ପ୍ରତିଶୃତି ଦେଇଥିଲେ ।
