ସାମ୍ବାଦିକ ସୁରକ୍ଷା ଆଇନ ହେଉ
ଭୁବନେଶ୍ୱର,୧୬/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଓଡିଶା ସାମ୍ବାଦିକ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ବୁଲନ ଭାଇ ସେବା ଭବନ ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ବନ୍ଧୁମିଳନ ଓ ସାମ୍ବାଦିକ ସୁରକ୍ଷା ସମ୍ପର୍କରେ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନର ଆବାହକ ସିପ୍ରା ହୀରା ଓ କାହ୍ନୁଚରଣ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସାମ୍ବାଦିକ ପ୍ରସନଜିତ ରାୟ, ଭୁବନେଶ୍ୱର ଓକିଲ ସଂଘ ସଭାପତି କୁନ୍ଦନ ରଥ ଯୋଗ ଦେବା ସହିତ ବର୍ତମାନ ସମୟରେ ସାମ୍ବାଦିକ ଙ୍କ ସମସ୍ୟା, ସୁରକ୍ଷା ତଥା ନିରପେକ୍ଷ ସମ୍ବାଦ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ମୁଖ୍ୟ ଅତିଥି ମାନ୍ୟବର ସାଂସଦ ସୁକାନ୍ତ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ ଯେ, ସାମ୍ବାଦିକ ସମାଜର ଜାଗ୍ରତ ପ୍ରହରୀ ସଦୃଶ୍ୟ । ସଠିକ ତଥ୍ୟ ଦେବା ସହିତ ମୌଳିକତା ବଜାୟ ରଖିବା ଆବଶ୍ୟକ । ମୁଖ୍ୟବକ୍ତା ରବିଦାସ ସାମ୍ବାଦିକ ସୁରକ୍ଷା ଆଇନ ହେବା ସହ ପେନସନ ଦେବାକୁ ମତବ୍ୟକ୍ତ କରିଥିଲେ । ଚାପ ରହିଛି ଓ ଆସିବ ଏହାକୁ ସଠିକ ଭାବେ ମୁକାବିଲା କରିବା ଆବଶ୍ୟକ ବୋଲି ମନୋରଞ୍ଜନ ମିଶ୍ର ମତ ଦେଇଥିଲେ ।
ଏହା ସହିତ ଟିଆରପି ବଢ଼େଇବାକୁ ଯାଇ ଅନାବଶ୍ୟକ ଖବର ନ ଦେଖାଇବାକୁ ଗଣମାଧ୍ୟମକୁ ଅନୁରୋଧ କରିଥିଲେ ।ସାମ୍ବାଦିକ ଙ୍କ ସଠିକ ଗଣନା ହେବା ଆବଶ୍ୟକ ବୋଲି ପ୍ରିୟଦର୍ଶୀ ମିଶ୍ର କହିଥିଲେ । ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ଅନୁଷ୍ଠାନ ଓ ବ୍ୟକ୍ତିତ୍ୱ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଗଣମାଧ୍ୟମ ମାନଙ୍କ ମଧ୍ୟରେ ଉତ୍କଳ ବୁଲେଟିନ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ପ୍ରିୟ ବ୍ରତ ବାରିକ,ଟାଇମ୍ସ ଓଡିଶା, ଓଡିଶା ମୀରର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଗଣମାଧ୍ୟମ ରେ ଜଡିତ ବ୍ୟକ୍ତିବିଶେଷ ସେମାନଙ୍କ ମତାମତ ରଖିଥିଲେ । କାର୍ୟ୍ୟକ୍ରମକୁ ସାମ୍ବାଦିକ ପପୁ ଭାଇ, ସୋମନାଥ ବେହେରା, ପ୍ରିୟବ୍ରତ ପରିଚାଳନା କରିଥିଲେ ।
