ନଭି ମୁମ୍ବାଇରେ ରଥଯାତ୍ରା

ମୁମ୍ବାଇ/ ଭୁବନେଶ୍ୱର,୨୭/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-   ନଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ ଏହି ରଥଯାତ୍ରାରେ ୧୦ହଜାରରୁ ଅଧିକ ଭକ୍ତ ସାମିଲ ହୋଇଥିଲେ। ମଧ୍ୟାହ୍ନରେ ଠାକୁରଙ୍କ ପହଣ୍ଡି ବିଜେ ଓ ନୀତି ପୂଜା ପରେ ଶ୍ରୀଜିଉଙ୍କ ନିକଟରେ ଛେରା ପହଁରା ପରେ ରଥ ଟଣା ହୋଇଥିଲା ।

ପାରମ୍ପରିକ ଘଂଟ ବାଦ୍ୟରେ ପୂଜା କରାଯିବା ପରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଏହା ପରେ ରଥ ଟଣା ହୋଇଥିଲା । ପ୍ରାୟ ୧୦ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥିଲେ ।  ରଥ ଟାଣି ଭକ୍ତମାନେ ନଭି ମୁମ୍ବାଇର ଖରଘର ସେକ୍ଟର ୩ରୁ ସେକ୍ଟର ୧୨ ପର୍ଯ୍ୟନ୍ତ ରଥ ଟାଣି ନିଆଯାଇ ସେଠାରେ ମାଉସି’ମା ମନ୍ଦିରକୁ ନିଆଯାଇଥିଲା । ଏହା ପରେ ପ୍ରସାଦ ସେବନ ଓ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରକାଶ ଥାଉକି, ୨୦୦୬ମସିହାରୁ ଉଦ୍ୟେକ୍ତା ଭାବେ ରାମ ପ୍ରସାଦ ମୁଦୁଲି ରଥ ଯାତ୍ରା ଆରମ୍ଭ କରିଥିଲେ ।

୨୦୦୮ରୁ ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ମାଧ୍ୟମରେ ବିଭିନ୍ନ ଓଡ଼ିଆ ସାମିଲ ହୋଇ ଟ୍ରଷ୍ଟର ସଦସ୍ୟ ଓ ସେବକମାନେ ସହଯୋଗ ରେ ଏହି ରଥଯାତ୍ରା ମହୋତ୍ସବ ହୋଇ ଆସୁଛି । ତେବେ ସେଠାରେ ଦିର୍ଘ ୨୦ବର୍ଷ ହେଲା ଜଣେ ମୁସଲମାନ ମହମ୍ମଦ ହାନିଫ୍ କାଚି ଏହି ରଥ ତିଆରି କରୁଛନ୍ତି । ସେ ରଥ ତିଆରି କରିବା ବେଳେ ତାଙ୍କୁ ଭିନ୍ନ ଏକ ଭକ୍ତ ଶାଲବେଗ ବୋଲି କୁହନ୍ତି ।

୨୪ଫୁଟିଆ ଏହି ରଥରେ ୪ଟି ଘୋଡ଼ା, ସିଂହାସନରେ ଠାକୁରଙ୍କ ଆସନ, ରାହୁ ମୁଣ୍ଡ, ମାଛ, ଜୟା ବିଜୟା, ପରମ୍ପରା ଅନୁଯାୟୀ ଦଣ୍ଡା, ଚକ୍ର, କଳସ, ଓଲଟା ଶୁଆ, ଖପୁରୀ, ରୂଷି ପଟା, କନକ, ମୁଣ୍ଡାଇ, ମକର, ଦଣ୍ଡା, ଗଇପଟା, ଜାଲି, ସିଂହଦ୍ୱାର, ବଙ୍କି, ପତାକା, ଦଧିନଉତି, ପାରା ଭାଢ଼ି, କୁମ୍ବିପଟା, ଷୋଳ ନାହାକା, ସାରଥୀ ପିଢ଼ା, ଭୂମି, ହଂସ ପଟା, କଣି, ଦାଣ୍ଡିଆ, ଅରା ଓ ପାର୍ଶ ଦେବତା ଆଦି ରହିଛନ୍ତି ।

Leave a Reply

Your email address will not be published. Required fields are marked *