ସେବା ସହଯୋଗ ସଚେତନ ଟ୍ରଷ୍ଟ ତରଫରୁ ଖଣ୍ଡଗିରି ମେଳାରେ ଲୋକଙ୍କୁ ରନ୍ଧାଖାଦ୍ୟ ବଂଟନ

ଭୁବନେଶ୍ୱର,୧୫/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଖଣ୍ଡଗିରିରେ ମାଘମେଳା ଧୁମ୍ ଧାମରେ ପାଳନ ହେବା ସହ ଯାତ୍ରାର ମଜା ସମସ୍ତେ ନେଉଥିବା ବେଳେ ଖଣ୍ଡଗିରି ଯାତ୍ରାରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଥିବାରୁ ବହୁ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଲୋକମାନଙ୍କର ସୁବିଧା ଅସୁବିଧାରେ ସେମାନଙ୍କୁ ସହଯୋଗର ହାତ ବଢାଇବା ନିମନ୍ତେ ସେବା ସହଯୋଗ ସଚେତନ ଟ୍ରଷ୍ଟ ତରଫରୁ ସାଧାରଣ ଜନତା ଓ ଦର୍ଶନାର୍ଥୀମାନଙ୍କ ପାଇଁ ନିଶୁଳ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିବା ବେଳେ ଶୋଷ ମେଂଟାଇବା ଲାଗି ଦହି ସରବତର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

ବିଶେଷକରି ଖଣ୍ଡଗିରି ମେଳାରେ ଚୋରଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଲୋକମାନେ ଖଣ୍ଡଗିରି ମେଳାରୁ କିଣୁଥିବା ବିଭିନ୍ନ ଦ୍ରବ୍ୟ ଓ ସାମଗ୍ରୀ କିପରି ଚୋରଙ୍କ ଠାରୁ ରକ୍ଷା କରାଯାଇ ପାରିବ, ସେନେଇ ମେଳାରେ ସଚେତନ କରାଯାଇଥିଲ । ସଂଗଠନର କର୍ମୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ପଟ୍ଟନାୟକ, ବାଳକୃଷ୍ଣ ରାଉତ, ସୁକାନ୍ତ ମହାନ୍ତି, କପିଳ ଚନ୍ଦ୍ର ସାହୁ, ବାପି, ଚନ୍ଦ୍ର, ମିନାକ୍ଷୀ, ହର୍ଷ ପ୍ରମୁଖ ସଂଗଠନର କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ସହିତ ସମସ୍ତ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *