# ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପାଇଁ
# ବୈଜୟନ୍ତ ଦିଲ୍ଲୀ ପାଇଁ ଭାଜପାର ପ୍ରଭାରୀ ଥିଲେ
ପାଟକୁରା, ୧୪/୦୨/୨୦୨୫ (ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡାର ସ୍ୱୟଂସିଦ୍ଧା କଲ୍ୟାଣୀ ମଣ୍ଡପରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସାଂସଦ ପଣ୍ଡା ଭାଜପା ପ୍ରଭାରୀ ଭାବେ ଦାଇତ୍ୱ ନିର୍ବାହ କରୁଥିବାରୁ ଦଳର ବିପୁଳ ବିଜୟ ହୋଇଛି । ଏଣୁ ଏହି ବିଜୟରେ ଖୁସି ହୋଇ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଭାଜପାର ଛାମୁଆ କର୍ମୀମାନେ ଆସି ସାଂସଦଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି ପାଟକୁରା ଭାଜପା ନେତା ତେଜେଶ୍ୱର ପରିଡା ମଧ୍ୟ ସାଂସଦ ଙ୍କୁ ସାକ୍ଷାତକରି ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ଜିଲ୍ଲାସଭାପତି ଦୁର୍ଯ୍ୟୋଧନ ସାହୁ, କିଶୋର କୁମାର ପଣ୍ଡା,ଭୁବନ ମୋହନ ଜେନା, ସାଂସଦଙ୍କ ବ୍ଳକ ପ୍ରତିନିଧି ବିଜୟ ନାୟକ, ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀ, ଜିଲ୍ଲାପରିଷଦ ସଦସ୍ୟା ଡଲି ଶତପଥୀ,ପୂର୍ବତନ ଜିଲ୍ଲାପରିଷଦ ଚେୟାରମ୍ୟାନ ତଥା କେନ୍ଦ୍ରାପଡା ଭାଜପା ନେତ୍ରୀ ଗୀତାଞ୍ଜଳି ସେଠୀ,ଶ୍ରୀକାନ୍ତ ସେନାପତି, ଉମାକାନ୍ତ ପଟନାୟକ, ମନୀଷା ପଣ୍ଡା,ଚିତ୍ତରଞ୍ଜନ ସେଠୀ, ଅଭିରାମ ସେଠୀ, ଙ୍କ ସମେତ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଓ ଛାମୁଆକର୍ମୀ ମାନେ ସାଂସଦଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ ।