ନିଶ୍ଚିନ୍ତକୋଇଲି, ୨୪/୦୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ଜନାର୍ଦ୍ଦନପୁର ପଞ୍ଚାୟତ ର ଜନାର୍ଦ୍ଦନପୁର ଶନିଶ୍ଚର ଘାଟରୁ ଅପରପାର୍ଶ୍ଵ କୁଳିଆ ପର୍ୟ୍ୟନ୍ତ ପ୍ରସ୍ତାବିତ ଚିତ୍ରୋତ୍ପଳା ରେ ସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ପାସ ହୋଇ ଥିବା ବିଭାଗୀୟ ସୂଚନା ମିଳିଛି । ଏଥିନେଇ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ତଥା କର୍ମଚାରୀ ଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇଛି । ଅନ୍ୟ ପକ୍ଷରେ ସେଣ୍ଟ୍ରାଲ ଟିମ ପହଂଚି ଅନୁଧ୍ୟାନ କରିଥିବା ସୂଚନାମିଳିଛି । ତେବେ ପ୍ରସ୍ତାବିତ ସେତୁ ୯୦୦ମିଟର ହେବ ବୋଲି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ସେତୁକାର୍ୟ୍ୟ ର ଶୁଭାରମ୍ଭ ନିକଟ ଭବିଷ୍ୟତରେ ହେବବୋଲି ଚର୍ଚ୍ଚା ହେଉଛି ।