କେନ୍ଦ୍ରାପଡ଼ା,୧୩/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ଇନ୍ସପେକ୍ଟର ସ୍ତରରେ ଆରକ୍ଷୀ ଅଧୀକ୍ଷକ ଅଦଳବଦଳ କରିଛନ୍ତି । ସେହି ଅନୁଯାୟୀ ଜିଲା ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର (ଆରକ୍ଷୀ ନିରୀକ୍ଷକ) ସରୋଜ ସାହୁଙ୍କୁ ଡେରାବିଶ ଥାନାରେ ଅବସ୍ଥାପିତ କରାଯାଇଥିବା ବେଳେ ମୁଖ୍ୟାଳୟରେ ଥିବା ତପନ କୁମାର ନାୟକଙ୍କୁ ଆଳି ଥାନାକୁ, ମୁଖ୍ୟାଳୟରେ ଥିବା ବନ୍ଦନା ପାତ୍ରଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ, ମହାକାଳପଡ଼ା ଥାନାଧିକାରୀ ଧୀରଜ ଲେଙ୍କାଙ୍କୁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାକୁ, ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାଧିକାରୀ ନରେଶ ସାହୁଙ୍କୁ ରାଜନଗର ଥାନାକୁ, ସଦର ଥାନାଧିକାରୀ ବିମଳ ମଲ୍ଲିକଙ୍କୁ ତାଳଚୁଆ ସାମୁଦ୍ରିକ ଥାନାକୁ, ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଶୁଭେନ୍ଦୁ ସାହୁଙ୍କୁ ସଦର ଥାନାକୁ ବଦଳି କରାଯାଇଛି ।
ସେହିପରି ଜିଲା ପୋଲିସ ମୁଖ୍ୟାଳୟରେ ଥିବା ରାଜେନ୍ଦ୍ର କୁମାର ମହାପାତ୍ରଙ୍କୁ ମହାକାଳପଡ଼ା ଥାନା, ଡେରାବିଶ ଥାନାଧିକାରୀ କିଶୋର ଚନ୍ଦ୍ର ତରେଇଙ୍କୁ ତନ୍ତିଆପାଳ ସାମୁଦ୍ରିକ ଥାନା, ତନ୍ତିଆପାଳ ସାମୁଦ୍ରିକ ଥାନାରେ ଥିବା ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ଜମ୍ବୁ ସାମୁଦ୍ରିକ ଥାନାରେ, ମୁଖ୍ୟାଳୟରେ ଥିବା ମହମ୍ମଦ ଜାମସେଦଙ୍କୁ ପାଟକୁରା ଥାନାରେ, ତାଳଚୁଆ ସାମୁଦ୍ରିକ ଥାନାରେ ଥିବା ସସ୍ମିତା ସାହୁଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ, ଜମ୍ବୁ ସାମୁଦ୍ରିକ ଥାନାରେ ଥିବା ଶ୍ରୀକାନ୍ତ ବାରିକଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ, ପାଟକୁରା ଥାନାରେ ଥିବା ପ୍ରଦୀପ ପ୍ରଧାନଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ବଦଳି ହୋଇଥିବା ଏହି ଅଧିକାରୀମାନଙ୍କୁ ନୂତନ ସ୍ଥାନରେ ତୁରନ୍ତ ଯୋଗଦେବା ପାଇଁ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ନିର୍ଦ୍ଧେଶ ଜାରି କରିଛନ୍ତି । ଜିଲା ପୋଲିସ ଏଷ୍ଟାବ୍ଲିସମେଂଟ ବୋର୍ଡର ନିଷ୍ପତିକ୍ରମେ ଏହି ବଦଳି କରାଯାଇଥିବା ନିର୍ଦ୍ଧେଶନାମାରେ ଉଲ୍ଲେଖ ରହିଛି ।
