ଖଜୁରିଆକଟl,୧୩/୦୨/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ବ୍ଲକ୍ ହାତୁରl ପଞ୍ଚାୟତ ହରିଜନ ସାହିରେ ରାତିରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହିତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି l ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ଏବେ ଖୋଲା ଆକାଶ ତଳେ ସହାୟତା ଅପେକ୍ଷାରେ ଅଛନ୍ତି ୪ ପରିବାର। ବିଳମ୍ୱିତ ରାତିରେ ପାରିବାର ଲୋକେ ଘରେ ସୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ଘରେ ଥିବା ଧାନ ସହିତ ଘରର ସମସ୍ତ ଆସବାବ ପତ୍ର ନିମିଶକ ମଧ୍ୟରେ ଜଳିପୋଡି ପାଉଁଶ ହୋଇଯାଇଥିଲା।
ଖଜୁରୀଆକଟା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି ପାରିବାରବର୍ଗ। ତେବେ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପାରିବାର ପକ୍ଷରୁ ନିବେଦନ କରାଯାଇଛି। ଖବର ପାଇ ଆଜି ହିନ୍ଦୋଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଛୋଟ ଏକ ପ୍ରୟାସ ର ସଦସ୍ୟ ବୃନ୍ଦ ହlତୁରl ହରିଜନ ବସ୍ତିରେ ପହଞ୍ଚି ଅଗ୍ନି ବିପନ୍ନ ପରିବାର କୁ ଶୁଖିଲା ଖାଦ୍ୟ,ନୂତନ ବସ୍ତ୍ର ସହ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି l ଛୋଟ ଏକ ପ୍ରୟାସ ସ୍ବେଚ୍ଛାସେବୀ ଅନୁଷ୍ଠାନର ଏଭଳି ମହତ କାମ କୁ ହିନ୍ଦୋଳ ବାସୀ ବେଶ୍ ପ୍ରଂସସା କରିଛନ୍ତି l
