କଟକ ସଦର,୨୧/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନବ ଉତ୍କଳ ର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ବରିଷ୍ଠ ସାମ୍ବାଦିକ, ବରିଷ୍ଠ ପ୍ରାବନ୍ଧିକ ରାଷ୍ଟ୍ର ନିତିଜ୍ଞ ,ମହାନ ଦାର୍ଶନିକ,ମହାନ ଜନନାୟକ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଆଜି ଶୁକ୍ରବାର ସାରା ରାଜ୍ୟରେ ୧୨୬ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ମଧୁପାଟଣା ପ୍ରେସ ଛକ ଠାରେ ଥିବା ମହତାବଙ୍କ ପ୍ରତିମୂର୍ତ୍ତି ପରିସରରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଡ଼ଃ ମହତାବଙ୍କ ସୁପୁତ୍ର, କଟକ ଲୋକସଭା ସାଂସଦ, ସାଂସଦ ରତ୍ନ ଭର୍ତୃହରି ମହତାବ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, କଟକ ଡିସିପି ଖିଲାରି ଡି ରିଶିକେଶ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ମହାନଗର ନିଗମ ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଜେପି ନେତା ନୟନ କିଶୋର ମହାନ୍ତି ପ୍ରମୁଖଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଡ଼ଃ ମହତାବଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।
