ସାଲେପୁର, ୧୨/୦୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବ୍ଲକ ରେ ଦୁର୍ନୀତି ଚରମ ସୀମାରେ ପହଁଞ୍ଚି ଥିବା ବାମପନ୍ଥୀ ସଂଗଠନ ଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଛି । ନିର୍ମାଣ ଶ୍ରମିକ ମାନଙ୍କର ବିବାହ ପଞ୍ଜିକରଣ ନିମନ୍ତେ ଲାଞ୍ଚ ମାଗିବା,ବ୍ଲକର ଅଧିକାଂଶ କର୍ମଚାରୀ କାର୍ଯ୍ୟାଳୟ ରେ ଅନୁପସ୍ଥିତ ରହିବାସହ ବ୍ୟାପକ ପିସି ଆଦାୟ କରିବା ବିରୁଦ୍ଧରେ ବାମପନ୍ଥୀ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସେହିପରି ଆଠ ମାଣିଆ ଗ୍ରାମରରାସ୍ତା ନିର୍ମାଣ ରେ ଟାଳ ଟୁଳ ନୀତି ଅବଲମ୍ବନ ସହ ପଞ୍ଚାୟତ ଗୁଡିକରେ ପାନୀୟ ଜଳ ପ୍ରକଳ୍ପ ମାନ କାର୍ଯ୍ୟକାରୀ କରାନଯିବା ଆଦି ପ୍ରତିବାଦ ରେ ବାମପନ୍ଥୀ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ରାଜକିଶୋର ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ଉଦୟ କେଶରୀ ବର୍ମା,ପିତାମ୍ବର ଲେଙ୍କା,ଶ୍ରମିକ ନେତା ତ୍ରୈଲୋକ୍ୟ ନାଥ,ବାସୁଦେବ ଓଝା,ହରିହର ମହାନ୍ତି,ଏମ ଡି ଅମଜାଦ,ବିଶ୍ୱଜିତ ସିଂହ, କଣ୍ଡୁରୀଚରଣ ପାତ୍ର,ନବକିଶୋର ଦାସ ପ୍ରମୁଖ ବହୁ ନେତାଓ କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ |ଶେଷରେଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ବିଡ଼ିଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କାରାଯାଇଥିଲା ।