ଚାରିଛକ,୧୪/୦୪/୨୦୨୬ (ଓଡ଼ିଶା ସମାଚାର)- ଆଜି ଓଡ଼ିଆ ନବବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନିମାପଡ଼ା ଗୋପ ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀ ନିମାପଡ଼ା ନୂଆ ବସ୍ ଷ୍ଟାଣ୍ଡ ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଆସି ଚାରିଛକ ବିଶିମାତ୍ରି ଛକ ମହାବୀରଙ୍କ ମନ୍ଦିର ନିକଟରେ ପହଞ୍ଚି ଥିଲେ। ଚାରି ଛକ ଜୋନ ୭ଟି ପଞ୍ଚାୟତର ହଜାର ହଜାର କର୍ମୀ ତାଙ୍କ ସହିତ ସାମିଲ ହେବା ପରେ ସେଠାରୁ ଏକ ପଦଯାତ୍ରାରେ ବାହାରି ଚାରିଛକ ବଜାରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ପଥପ୍ରାନ୍ତ ଶୋଭାର ଆୟୋଜନ କରାଯାଇଥିଲା।
ଓଡ଼ିଶା ବାସୀ ଓ ନିମାପଡ଼ା ଗୋପ ବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇବା ପରେ ଆମେ ୨୦୨୪ ସାଧାରଣ ନିର୍ବାଚନ ପରେ ଯେଉଁ ସଂକଳ୍ପ ନିଆଯାଇଥିଲା ଆସନ୍ତା ୨୦୨୭ ପଞ୍ଚାୟତ ନିର୍ବାଚନରେ ଏହି ସଂକଳ୍ପର କିପରି ପୁନରାବୃତ୍ତି ହବ ସେନେଇ ଆଜି ତାଙ୍କର କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ କାର୍ଯ୍ୟକଳାପରେ ଜନସାଧାରଣ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ସମୀର ଦାସଙ୍କ ନେତୃତ୍ୱରେ ବିଜେପି କିପରି ନିମାପଡ଼ା ଗୋପ ପଞ୍ଚାୟତ ସମିତି ଦଖଲ କରିବା ସହିତ ପ୍ରତ୍ୟେକ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ଜିତିବେ ସମସ୍ତେ ଚେଷ୍ଟା ଜାରି ରଖିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଆଜିର ଏହି ଶୋଭାଯାତ୍ରାରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ, ବରିଷ୍ଠ ନେତୃତ୍ୱ ଜୀବନାନନ୍ଦ ମହାପାତ୍ର, ଅଶୋକ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଅଭିମନ୍ୟୁ ପଣ୍ଡା, ପ୍ରଶାନ୍ତ ବେହେରା, ମହେନ୍ଦ୍ର ମହାପାତ୍ର, ସସ୍ମିତା ପାତ୍ର, ସୂର୍ଯ୍ୟ ନାରାୟଣ ପରିଡାଙ୍କ ସମେତ ପାଞ୍ଚ ହଜାରରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ।
