ବାଲିମି ରେ ଅଷ୍ଟପ୍ରହର ନାମଯଜ୍ଞ ମହା ଆଡ଼ମ୍ବରରେ ପାଳିତ

ଖଜୁରିଆକଟl,୧୨/୦୨/୨୦୨୫ (ଓଡ଼ିଶା ସମାଚାର)- ହିନ୍ଦୋଳ ବ୍ଲକ୍ ବାଲିମି ଗ୍ରାମରେ ଆଜି ଅଷ୍ଟ ପ୍ରହର ନାମ ଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଗତ କାଲି ଶଡ ଗୋସାଇଁ ମାନେ କଳସ ରେ ଗ୍ରାମ ପୋଖରୀ ରୁ କଳସ ରେ ଜଳ ଆଣି ଗ୍ରାମ ଭାଗବତ ଘର ଠାରେ ସ୍ଥାପନା କରିଥିଲେ । ଆଜି ପ୍ରାତଃ ରୁ ପୁରୋହିତ ଦୁର୍ଗା ଚରଣ ଆଚାର୍ଯ୍ୟ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ।

ଆଖ ପାଖ ଅଞ୍ଚଳରୁ  ୨୩ ଟି ପୁରୁଷ ଓ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରି ନାମ ସଙ୍କୀର୍ତ୍ତନ କରିଥିଲେ । ଗ୍ରାମ ସଭାପତି ମୁରଲୀ କିଶୋର ଜେନାମଣି ଓ ସମ୍ପାଦକ ଗଡଧର ଜେନାମଣି ଙ୍କ ତତ୍ତ୍ଵାବଧନରେ ଏହି ପୂଜା କାର୍ଯ୍ୟ ଚାଲୁ ରହିଥିବା ବେଳେ ଗ୍ରାମ ର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ଆଖ ପାଖ ଅଞ୍ଚଳରୁ ଶତାଧିକ ଲୋକ ହରିହାଟ ରେ ସାମିଲ ହେବା ସହ ବିଭୁ କୃପା ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *