କଟକ ସଦର, ୧୧/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ ସାଲେପୁର ଉପଖଣ୍ଡ ର ପୋଲିସ ଅଧିକାରୀ (ଏସଡିପିଓ) ଭାବେ ବିରଞ୍ଚିନାରାୟଣ ପତି ଯୋଗ ଦେବାକୁ ଯାଉଥିବା ଜଣାପଡିଛି। ଡିଏସପି ଶ୍ରୀ ପତି କଟକ କମିଶନରେଟ ର ବିଭିନ୍ନ ଥାନାରେ ଦକ୍ଷତାର ସହ କାମ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ। କିଶନନଗର, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି ଓ ନେମାଳ ଥାନା କୁ ନେଇ ଗଠିତ ସାଲେପୁର ଉପଖଣ୍ଡରେ ଡିଏସପି ଶ୍ରୀ ପତି ଉପଖଣ୍ଡ ଅଧିକାରୀ ଭାବେ ଯୋଗ ଦେଉଥିବା ଜଣାପଡିବା ପରେ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇବା ସହିତ ବିଭିନ୍ନ ମହଲରୁ ତାଙ୍କୁ ସ୍ୱ।ଗତ କରାଯାଇଛି। ସୂଚନାଯୋଗ୍ୟ ଯେ ଏଠାରେ ଥିବା ଏସଡିପିଓ ନିହାର ପ୍ରଧାନ ଙ୍କର ଖୋରଧା କୁ ଏସଡିପିଓ ଭାବେ ବଦଳି ହୋଇଥିବା ଜଣାପଡିଛି। ଏସଡିପିଓ ଶ୍ରୀ ପତି ଙ୍କ ଠାରୁ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ର ଉନ୍ନତି ପାଇଁ ଜନସାଧାରଣ ଆଶା ଓ ବିଶ୍ବାସ ରଖିଥିବା ଜଣାପଡିଛି।
ବିରଞ୍ଚିନାରାୟଣ ପତି ସାଲେପୁର ର ନୂଆ ଏସଡିପିଓ
