ଗନ୍ଧମାର୍ଦ୍ଧନ ତୀର୍ଥକ୍ଷେତ୍ର ପରିଦର୍ଶନ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କୁ ନିମନ୍ତ୍ରଣ କଲେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ

ବରଗଡ,୧୧/୦୨/୨୦୨୫(ଓଡ଼ିଶା ସମାଚାର)-ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ପାର୍ଲାମେଂଟ ଭବନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହା ଙ୍କୁ ସାକ୍ଷାତ କରି ବରଗଡ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଧନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ସୂଚନା ମିଳିଛି । ପାର୍ଲାମେଂଟଭବନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କୁ ବରଗଡ ଲୋକସଭା ସଦସ୍ୟ ଶ୍ରୀ ପୁରୋହିତ ସାକ୍ଷାତ କରିବା ସହ ୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଲୋଚନା କରିଥିଲେ । ଓଡିଶାର ପଶ୍ଚିମାଂଚଳର ୧୧ଟି ଜିଲାର ଲୋକଙ୍କ ସମ୍ବଲପୁରୀ – କୋଶଳି ଭାଷା ମାତୃଭାଷା ହୋଇଥିବା ବେଳେ ଓ ଭାଷାର ଏକ ସମୃଦ୍ଧ ସାହିତ୍ୟ ବ୍ୟାକରଣ ଥିବାରୁ ସମ୍ବଲପୁରୀ – କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦର ସାମିଲ କରିବା ଓ ପ୍ରାକୃତିକ,ଐତିହାସିକ ପୀଠ ଗନ୍ଧମାର୍ଦ୍ଧନ ପର୍ବତର ସୁରକ୍ଷା ସହ ଏହାକୁ ଜାତୀୟ ସଂପତି ର ମାନ୍ୟତା ଦେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଶ୍ରୀ ପୁରୋହିତ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହା ଗନ୍ଧମାର୍ଦ୍ଧନ ଅଂଚଳ ପରିଦର୍ଶନରେ ଆସିବା ପାଇଁ ସହମତି ପ୍ରକାଶ କରିଥିବା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *