ପୁରୀ,୧୫/୦୭/୨୦୨୬ (ଓଡ଼ିଶା ସମାଚାର)- ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ଉଦଯାପନୀ ଉତ୍ସବ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ବେଦପକ୍ଷଠ,ସହ ଜଗନ୍ନାଥ ଅଷ୍ଟକମ ଗାନ କରାଯାଇଥିଲା । ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ପ୍ରାଧ୍ୟାପକ ଡ଼. ବଳରାମ ଦାଶ ।
ସେ କହିଲେ, ନାରୀ ସମଗ୍ର ବିଶ୍ୱର ମାର୍ଗଦର୍ଶିକା, କଲ୍ୟାଣ ମୟୀ, ଆଲୋକବର୍ତିକା ଯୁଗେ ଯୁଗେ ପବିତ୍ର । ମୁଖ୍ୟ ଅତିଥି ରୁପେ ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟର ସଂସ୍କୃତ ପ୍ରାଧ୍ୟାପିକା ତଥା ସେହି ମହା ବିଦ୍ୟାଳୟର ଶକ୍ତିଶ୍ରୀର ସଂଯୋଜିକା ଡ଼ ସସ୍ମିତା ମେକାପ ଯୋଗଦେଇ ନାରୀହିଁ ମହାଶକ୍ତି ସ୍ୱରୂପିଣୀ ପ୍ରେରଣା ଦାୟୀ ଓ ନାରୀ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ ।
ଆମ୍ଭ ମହାବିଦ୍ୟାଳୟର ଶକ୍ତିଶ୍ରୀ କାର୍ଯ୍ୟକ୍ରମର ସଂଯୋଜିକା ତଥା ଅଧ୍ୟକ୍ଷାଂ ଡ଼. ମୀରାରାଣୀ ଖଣ୍ଡୁଆଳ ଛ ଦିନର ଶକ୍ତିଶ୍ରୀ ପ୍ରଶିକ୍ଷଣର ସଫଳତା ତଥା ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ ସହ ସମାଜ ସେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ରୁପେ ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ହରପ୍ରିୟା ଦାଶ ଯୋଗଦେଇ ଛାତ୍ରୀମାନେ ପରିବାରରୁ ସଂସ୍କାର ପାଇବା ସହ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଠାରୁ ମୂଲ୍ୟବୋଧ ଶିକ୍ଷା ପାଇ ସମାଜର ମଙ୍ଗଳ କରନ୍ତି ।
ନାରୀ ଶକ୍ତି ଶାଳୀ,ଭବିଷ୍ୟତର ଜାଗ୍ରତ ପ୍ରହରୀ । ଦିବ୍ୟଦର୍ଶନର ସଭାପତି ତଥା କବୟିତ୍ରୀ ପ୍ରଭାସିନୀ ମିଶ୍ର ସମ୍ମାନିତ ଅତିଥି ରୁପେ ଓ ଶକ୍ତିଶ୍ରୀ ଆତ୍ମକୌଶଳ ଶିବିରର ପ୍ରଶିକ୍ଷିକା ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର ଯୋଗଦେଇ ଛାତ୍ରୀ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତେ ଜଣେ ଜଣେ ଶକ୍ତି ଶ୍ରୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନେ ଓ ଅଧ୍ୟାପକ ଡ଼ ଶ୍ରୀ ନିବାସ ସାହୁ ପରିଚାଳନା କରିଥିଲେ ।
