କଟକ ସଦର, ୦୮/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମହାନଦୀରେ ବନ୍ୟା ର ଦୃଶ୍ୟ ମାନସ ପଟରୁ ଲିଭିବା କୁ ଯାଉଥିବାବେଳେ ଖରାଦିନେ ଜଳ ଟୋପାଏ ଦେଖିବାକୁ ମିଳୁନାହିଁ। ଏପରି ସ୍ଥଳେ ମହାନଦୀ ରୁ ଜଳ ଅଣାଯାଇ ଦୀର୍ଘ ବର୍ଷ ହେଲା ପଡିରହିଥିବା ମୃତ ପାଇକା ନଦୀରେ କେନାଲ ଖୋଳାଯାଇ ଜଳ ପ୍ରବାହ ଯୋଜନା ଆରମ୍ଭ କେଉଁ ସ୍ୱ।ର୍ଥରେ ବୋଲି ଅଭିଯୋଗ ହେଉଛି। ପ୍ରକାଶ ଯେ ମହାନଦୀର ଵନ୍ୟାଦାଉରୁ କିଶନନଗର ଅଞ୍ଚଳକୁ ରକ୍ଷା କରିବାପାଇଁ ତତ୍କାଳୀନ ମନ୍ତ୍ରୀ ତଥା ଓଡ଼ିଶାର ପ୍ରଥମ ରାଜଵନ୍ଦୀ ସ୍ୱର୍ଗତ ରାଜକୃଷ୍ଣ ବୋଷ ମହାନଦୀରୁ ବାହାରିଥିବା ଶାଖା ପାଇକା ମୁହାଁଣକୁ ଆୟତପୁର ଠାରେ ବନ୍ଦ କରି ଜଳସେଚନ ପାଇଁ କେନାଲର ସୁବ୍ୟବସ୍ଥା କରିଥିଲେ। ହେଲେ ଏଵେ ରାଜ୍ୟ ସରକାର ପାଇକା ମୁହାଁଣ ରେ ଏକ ସୁଇସ୍ ଗେଟ ନିର୍ମାଣ କରି ମୃତ ପାଇକା ଭିତରେ କେନାଲ ଖନନ ଆରମ୍ଭ କରିଛନ୍ତି।
କେନାଲ ଖୋଳେଇରେ ବାଲି ଵନ୍ଧ ସବୁ ଭୁଷୁଡି ପୁଣି ଯଥା ପୂର୍ଵଂ ତଥା ପରଂ ଅଵସ୍ଥା ସୃଷ୍ଟି କରିଛି। ସେଥିରେ ୪୯ କୋଟି ଟଙ୍କା ବ୍ୟୟ ଅଟକଳରେ କଟକ ନିଷ୍କାସନ ବିଭାଜନ ପକ୍ଷରୁ ଆରମ୍ଭ ହୋଇଥିବା କେନାଲ ଖନନ ନିମ୍ନମାନର ହୋଇ ଟଙ୍କା ସବୁ ଆତ୍ମସାତ ହେବା ସମ୍ଭାବନା ଅଧିକ ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି। ସରକାର ଙ୍କ ଦୂରଦୃଷ୍ଟି ଅଭାବରୁ ଏଭଳି ଏକ ଅସଫଳ ଯୋଜନା କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଏହାର ସଫଳତା ପାଇଁ ସରକାର ଯତ୍ନବାନ ହୁଅନ୍ତି ତେବେ ଆୟତପୁର ଠାରେ ମହାନଦୀ ରେ ଏକ ଆଡି ବନ୍ଧ କିମ୍ଵା ମିନି ଆନିକଟ ନିର୍ମାଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି। ଆଗାମୀ ଦିନରେ ଉକ୍ତ କେନାଲର ସଫଳତା ଓ ବିଫଳତା ଉପରେ ସରକାରଙ୍କ ନିଷ୍ପତି ନିର୍ଭରଶୀଳ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
