ସାମ୍ବାଦିକଙ୍କ ପିତୃ ବିୟୋଗ ,ବିଭିନ୍ନ ମହଲରୁ ଶୋକ 

ଯାଜପୁର,୦୫/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅତଲାପୁର ପଂଚାୟତ ବାଲିପାଟଣା ଗ୍ରାମ ଯାଜପୁର ଜିଲ୍ଲା  ଏମବିସି ଟିଭି ପ୍ରତିନିଧି ସାମ୍ବାଦିକ ପ୍ରତାପ ପୃଷ୍ଟିଙ୍କ ବାପା  ରବିନ୍ଦ୍ର ପୃଷ୍ଟିଙ୍କ  ଗତ ସୋମବାର ସନ୍ଧ୍ୟାରେ ପରଲୋକ ଘଟିଛି ।

ଖବର ପାଇ ଗ୍ରାମରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । ସେ କିଛି ଦିନ ହେଲା ଅସୁସ୍ଥ ହୋଇ ମେଡିକାଲ ଚିକିତ୍ସା ଚାଲିଥିବା ବେଳେ ପରଲୋକ ହୋଇଥିବା ପୁତ୍ର ପ୍ରତାପ ସୂଚନା ଦେଇଛନ୍ତି। ଶେଷଶଯ୍ୟା ନିକଟରେ ପତ୍ନି,ପୁଅ,ବୋହୂ ନାତୀ ଓ ନାତୁଣି ଉପସ୍ଥିତ ଥିଲେ ।   ପୁରି ସ୍ୱର୍ଗଦ୍ୱାର ଠାରେ ମୃତ ଶରିରରକୁ ଶେଷକୃତ୍ୟ ସମ୍ପନ୍ନ କରାଯାଇଥ୍‌ôବା ବେଳେ ବଡ ପୁଅ ଶୁଶାନ୍ତ ପୃଷ୍ଟି ମୁଖାଗ୍ନି ଦେଇଥିଲେ । ଖବରପାଇ ପଂଚାୟତ ସରପଂଚ,ସମିତିସଭ୍ୟ,ରସଲପୁର ବ୍ଲକ ଭପାଧ୍ୟକ୍ଷାଙ୍କ ସ୍ୱାମୀ ଶେଷ ଦର୍ଶନ କରିଥିଲେ ।

ଏହି ଖବର ପାଇବା ପରେ ସାମ୍ବାଦିକ ପ୍ରସନ କୁମାର ଜେନା , ସୁନିଲ କୁମାର ରାଉତ , ସୁରେଶ କୁମାର କର , ମୃତ୍ୟୁଞ୍ଜୟ ସାହୁ , ସେକ ଆଲାଉଦ୍ଦିନ , ଅଭିମନ୍ୟୁ ମିଶ୍ର , ସତ୍ୟ ବେହେରା , ପ୍ରଫୁଲ୍ଲ ରାଉତ ପ୍ରମୁଖ ନିଜର ଶୋକ ପ୍ରକଟ କରିବା ସହ ଦିବଙ୍ଗତ ଆତ୍ମା ର ସଦଗତୀ କାମନା କରିଛନ୍ତି  ।

Leave a Reply

Your email address will not be published. Required fields are marked *