ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନ,୦୮/୦୨/୨୦୨୫ (ଓଡ଼ିଶା ସମାଚାର)-   ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଶିବିରକୁ ଉଦଘାଟନ କରି କହିଥିଲେ ଯେ,ଆଜିର ସମାଜରେ ନାରୀ ନିର୍ଯାତନା,ଶୋଷଣ ଓ ଦୁଷ୍କର୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୁରକ୍ଷା ପାଇବାକୁ ହେଲେ ଛାତ୍ରୀ ମାନେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ନେବା ନିହାତି ଜରୁରୀ। ମୋଟି ଭେଶନାଲ ବକ୍ତା ଭାବେ କମଳ ଲୋଚନ ମହାରଣା ଯୋଗଦେଇ ପାଞ୍ଚ ପ୍ରତିଶତ ଅସାମାଜିକ ଲୋକଙ୍କ ବିରୋଧରେ ଯଦି ପଞ୍ଚନବେ ପ୍ରତିଶତ ଲୋକ ଲଢ଼ିବେ ସମାଜରେ ସମସ୍ତେ ଶାନ୍ତିରେ ଜୀବନଯାପନ କରି ପାରିବେ ବୋଲି କହିବା ସହ ଛାତ୍ରୀ ମାନେ ରାଣୀ ଲକ୍ଷ୍ମୀ ବାଈ ଙ୍କୁ ଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ତାଙ୍କରି ଭଳି ସାହସୀ ,ଯୋଦ୍ଧା ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ବକ୍ତା ଭାବେ ଅଧ୍ୟାପକ ପ୍ରଶାନ୍ତ ରାଉତରାୟ ଓ ସଙ୍ଗୀତ ନନ୍ଦ ଯୋଗଦେଇ ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ମମତା ପାତ୍ର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରଶିକ୍ଷଣ ଶିବିର ରେ କ୍ରୀଡା ଶିକ୍ଷକ ଗଦାଧର ସାହୁ ,ମାଷ୍ଟର ଟ୍ରେନର ଶିଲା ସାହୁ ଓ ଅନିତା ପୃଷ୍ଟି ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ୧୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *