Odisha Latest News : ବାରକୋଶ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ଆଦିବାସୀ ନୃତ୍ୟ ସଂଗୀତ ରେ ମଞ୍ଚ ଦୁଲୁକିଲା

ବାଲିଗୁଡା,୦୮/୦୨/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିର ପ୍ରାଙ୍ଗଣରେ ବାରକୋଶ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବାରକୋଶ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳାକାର ଙ୍କ ପ୍ରସ୍ତୁତି ” ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା ” ଓ ପାରମ୍ପରିକ ଆଦିବାସୀ ନୃତ୍ୟ ସଂଗୀତ ରେ ଝୁମିଲେ ଦର୍ଶକ । କନ୍ଧମାଳ ର ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି ଉପରେ ପର୍ଯ୍ୟବେଶିତ ଏହି ନୃତ୍ୟ ଗୀତ ରେ ଉପସ୍ଥିତ ଦର୍ଶକ ବିଭୋର ହୋଇଥିଲେ । ଅନୁଷ୍ଠାନ ର ସମ୍ପାଦକ ତଥା ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଙ୍କ ନେତୃତ୍ୱ ରେ ଛବିଶ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ । କନ୍ଧମାଳ ର ଲୋକପ୍ରିୟ କଣ୍ଠ ଶିଳ୍ପୀ ଚରଣ ବିନ୍ଧାଣୀ ଙ୍କ ଲୋକପ୍ରିୟ କୁଇ ଗୀତ “ବାଦୁବାଦୁଲା ରାଧା କୁଞ୍ଜ ବନ ତାନି ସାନା ” ଗୀତ ଓ ନୃତ୍ୟରେ ମଞ୍ଚ ଦୁଲୁକିଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ ବାରକୋଶ ମହୋତ୍ସବ ର ସଭାପତି ତଥା ଫୁଲବାଣୀ ମାନ୍ୟବର ବିଧାୟକ ଅଧକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଘୁ. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବାଲିଗୁଡା, ଏନଏସି ସାଂସଦ ଙ୍କ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, କ. ନୂଆଗାଁ ବ୍ଲକ ସାଂସଦ ଙ୍କ ପ୍ରତିନିଧି ପଣ୍ଡିତ ବିଶିମାଝି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ । ବାରକୋଶ ମହୋତ୍ସବ ର କାର୍ଯକାରୀ ସଭାପତି ବିଡ଼ିଓ ହୃଦୟ ରଞ୍ଜନ ସାହୁ, ସମ୍ପାଦକ ଦେବାଶିଷ ପ୍ରିୟ ରଞ୍ଜନ ସାହୁ, ଶିବ ସାହୁ, କୋଷାଧ୍ୟକ୍ଷ ପିଙ୍କୁ ନନ୍ଦ,ପରିଚାଳନା କରିଥିବା ବେଳେ ଶିକ୍ଷକ ବଳରାମ ମହାପାତ୍ର ଓ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *