କଟକ,୨୨/୬/୨୦୨୪ (ଓଡ଼ିଶା ସମାଚାର)- କଟକ ଜିଲ୍ଲା ମଲ୍ଲିପୂର ଗ୍ରାମର ସ୍ଵାଧୀନତା ସଂଗ୍ରାମର ବୀର ପୁରୁଷ ବିନୋଦ କାନୁନଗୋ ଓଡ଼ିଆ ବିଶ୍ଵ କୋଷ (ଜ୍ଞାନ ମଣ୍ଡଳରେ ରଚୟିତା) ପ୍ରବୀଣ ସାମ୍ବାଦିକ,ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ପୁଣ୍ୟତିଥିରେ ୪୨ ମୌଜାର ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସଭାପତି ଶିକ୍ଷାବିତ୍ ସରୋଜ ନଳିନୀ ପରିଜାଙ୍କ ସଭାପତିତ୍ବରେ ହୋଇଯାଇଛି। ସଭାରେ କାର୍ଯ୍ୟକାରୀ ସଭାପତି ଅଭୟ ଦାସ,ମିହିର ନାୟକ,ଶ୍ରାବନ୍ତିକା ମହାନ୍ତି,ରାଧା ମୋହନ ଷ୍ଟଡି ସର୍କଲର ଛାତ୍ରଛାତ୍ରୀ ତେଜସ୍ଵୀନୀ ଦାସ,ବିଜୟ ଲକ୍ଷ୍ମୀ ପଣ୍ଡା,ସୁପ୍ରିୟା ମହାନ୍ତି , ସୁଭଲକ୍ଷ୍ମି ମହାନ୍ତି,ସ୍ମୃତି ପ୍ରଜ୍ଞା ଦାସ, ରାକେଶ ଦାସ,ସ୍ନେହ ଜେନା , ଅଦ୍ୟଶା ବେହେରା,ସୌରଭ ବେହେରା,ପ୍ରସନ୍ନ ସ୍ୱାଇଁ,ଅଭିଷେକ ମହାନ୍ତି,କାଜଲ ମହାନ୍ତି,ଲକ୍ଷ୍ମୀ ପ୍ରିୟା ମହାନ୍ତି,ବଦ୍ରି ନାରାୟଣ ମହାନ୍ତି,ସୁଭରାଜ ମହାନ୍ତି ପ୍ରଭୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ଵାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କୁ ଶ୍ରଦ୍ଧାଞ୍ଜଳି ।
