କଟକ ସଦର,୦୭/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜଣାଶୁଣା ସମାଜସେବୀ, ପରମହଂସ ପଞ୍ଚାୟତର ପୂର୍ବତନ ସରପଂଚ ମୀନତି ବେହେରାଙ୍କ ସ୍ୱ।ମୀ, ପୂର୍ବତନ ବିଜେଡ଼ି ପଞ୍ଚାୟତ ସଭାପତି ଦଇତାରୀ ବେହେରାଙ୍କ ଆଜି ସଂଧ୍ୟାରେ ହୃଦଘାତରେ ପରଲୋକ ଘଟିଛି। ସିଏ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ ବ୍ୟକ୍ତି ହୋଇଥିବା ରୁ ତାଙ୍କର
ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦଇତାରୀ ଙ୍କ ମୃତ୍ୟୁରେ କଟକ ସଦର ର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କଟକ ସଦର ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର, ବିଜେଡ଼ି ନେତା ପ୍ରଫୁଲ୍ଲ ସିଂହ, ସରପଂଚ ଅଶୋକ ପାତ୍ର, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ପୂର୍ବତନ ଆତ୍ମା ସଭାପତି ରଜନୀକାନ୍ତ ସାହୁ, କିଶୋର ସାହୁ,ସମର ବେହେରା, ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ମନୋଜ ନାୟକ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।
