ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ‘ପ୍ରେସ୍‌ ବିବୃତ୍ତି’

ଭୁବନେଶ୍ୱର, ୧୧/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୪ ଗୋଟି ସଂସଦୀୟ କ୍ଷେତ୍ର ଯଥା: କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମଇ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ଚାରୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ  କରିବେ । ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ପରିସୀମା ଭାବରେ ଏହି ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସବୁଠୁ ସାନ ଓ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର । ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ଅଟେ । ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪୮୦୯୨୨ ଜଣ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭,୦୦,୭୮୦ ଜଣ ମତଦାତା ରହିଛନ୍ତି । ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧,୭୩,୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨,୬୧,୭୦୮ ଜଣ ମତଦାତା ରହିଛନ୍ତି । ଏହି ଚତୁର୍ଥ ପର୍ଯ୍ୟାୟରେ ସାମଗି୍ରକ ଭାବରେ ୩୯,୯୯୫ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଊଦ୍ଧ୍ୱର୍ ମତଦାତା, ୩୧ ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି ।

          ଉକ୍ତ ଚତୁର୍ଥ ପର୍ଯ୍ୟାୟରେ ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ରହିଥିବା ୭୩୦୩ ମତଦାନ କେନ୍ଦ୍ର ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି । ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସର୍ବମୋଟ ୭୩୦୩ଟି ବୁଥ୍‌ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥ୍‌ରେ େୱବ୍‌କାଷ୍ଟିଂ କରାଯିବ ।

ମୋଟ ପ୍ରାର୍ଥୀ ସଂଖ୍ୟା:-

          କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ (ପୁରୁଷ-୩୦, ମହିଳା-୭) ପ୍ରାର୍ଥୀ ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ (ପୁରୁଷ-୨୧୪, ମହିଳା-୨୯) ପ୍ରାର୍ଥୀ ରହିଛନ୍ତି । କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ଏବଂ ନବରଙ୍ଗପୁରରେ ୪ ଜଣ ପ୍ରାର୍ଥୀ ରହିଛନ୍ତି । ଝରିଗାଁ, ନବରଙ୍ଗପୁର ଓ ଡେବୁଗାଁ ପାଇଁ ସର୍ବନିମ୍ନ ୩ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ ୧୭ ପ୍ରାର୍ଥୀ ରହିଛନ୍ତି ।

ଇଭିଏମ୍‌ ଓ ଭିଭିପାଟ୍‌:-

          ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୯୧୫୫ଟି ବାଲାଟ୍‌ ୟୁନିଟ୍‌, ୯୫୦୭ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୯୯୮୮ଟି ଭିଭିପାଟ Commission  ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ୯୩୮୪ଟି ବାଲାଟ ୟୁନିଟ୍‌, ୯୫୩୨ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୯୯୫୭ଟି ଭିଭିପାଟ୍‌ Commission ହୋଇଛି ।

ମୋଟ ବାଲାଟ୍‌ ୟୁନିଟ୍‌   –        ୧୮୫୩୯

ମୋଟ କଣ୍ଟ୍ରୋଲ ୟୁନିଟ୍‌  –        ୧୯୦୩୯

ମୋଟ ଭିଭିପାଟ୍‌ ୟୁନିଟ୍‌ –        ୧୯୯୪୫

ପର୍ଯ୍ୟବେକ୍ଷକ-

          ଏହି ପର୍ଯ୍ୟାୟ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ବ୍ୟୟ ପର୍ଯ୍ୟବେକ୍ଷକମାନେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷଣ କରୁଛନ୍ତି ।

କ୍ରମିକ  ସଂସଦୀୟ କ୍ଷେତ୍ର         ସାଧାରଣ

ପର୍ଯ୍ୟବେକ୍ଷକ   ପୋଲିସ

ପର୍ଯ୍ୟବେକ୍ଷକ   ବ୍ୟୟ ପର୍ଯ୍ୟବେକ୍ଷକ

ଲୋକସଭା      ବ୍ୟୟ ପର୍ଯ୍ୟବେକ୍ଷକ ବିଧାନସଭା

୧.      ୧୧-କଳାହାଣ୍ଡି ୨       ୧       ୧       ୨

୨.      ୧୨-ନବରଙ୍ଗପୁର (ଏସ୍‌.ଟି.)    ୨

୧       ୧       ୨

୩.      ୨୧-କୋରାପୁଟ (ଏସ୍‌.ଟି.)      ୨                 ୧       ୨

୪.      ୨୦-ବ୍ରହ୍ମପୁର   ୨       ୧       ୧       ୨

          ମୋଟ  ୮       ୩       ୪       ୮

ସୁରକ୍ଷା ବ୍ୟବସ୍ଥା

          ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଠାରେ ୧୦୦ରୁ ଊଦ୍ଧ୍ୱର୍ କମ୍ପାନୀ CAPF (ସେଣ୍ଟ୍ରାଲ ଆର୍ମଡ଼୍‌ ପୋଲିସ ଫୋର୍ସ) ନିୟୋଜିତ ହେବେ ।

ଡିସ୍‌ପର୍ସାଲ୍‌

ସଂସଦୀୟ କ୍ଷେତ୍ର                                      ୧୨/୫/୨୦୨୪                           ୧୧/୫/୨୦୨୪

                                                ବିଧାନସଭା କ୍ଷେତ୍ର ସଂଖ୍ୟା       ବିଧାନସଭା କ୍ଷେତ୍ର ସଂଖ୍ୟା

———-                 ——————-      ————–

୧୧-କଳାହାଣ୍ଡି                                        ୪                                    ୩

୧୨-ନବରଙ୍ଗପୁର                                    ୨                                    ୫

୨୦-ବ୍ରହ୍ମପୁର                                          ୪                                    ୩

୨୧-କୋରାପୁଟ                                                ୨                                    ୩

———–                         ————-    ————

ମୋଟ୍‌                                                  ୧୨                                 ୧୬

ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ପଦକ୍ଷେପ:-

          ନିର୍ବାଚନ ଦିନ ପାଣିପାଗ ଅନୁକୂଳ ରହିବ ବୋଲି IMD ଆକଳନ କରିଛନ୍ତି, ତଥାପି ପ୍ରତିଟି ପୋଲିଂ ଷ୍ଟେସନ୍‌ରେ ଆଶାକର୍ମୀ ରହିବେ । ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆଶୁ ଚିକିତ୍ସା ବ୍ୟବସ୍ଥା, ଓଆର୍‌ଏସ୍‌ ଆଦି ରହିବ ।

          ପ୍ରତିଟି ସେକଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ ଷ୍ଟାଫ୍‌ ଜରୁରୀ ଔଷଧପତ୍ର ସହିତ

ରହିବେ ।

          ମୋବାଇଲ୍‌ ହେଲଥ୍‌ ୟୁନିଟ୍‌ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ନିୟମିତ ବ୍ୟବଧାନରେ ବୁଥ୍‌କୁ ସ୍ପର୍ଶ

କରିବେ ।

          PHC, CHC, DHH ଆଦିରେ ଅଂଶୁଘାତ ୱାର୍ଡ ସ୍ଥାପନ କରାଯାଇଛି ।

          ଅଂଶୁଘାତ ସଚେତନତା ବାର୍ତ୍ତା ବହୁଳ ଭାବେ ପ୍ରସାରିତ କରାଯାଇଛି ।

ବୁଥ୍‌ରେ ବ୍ୟବସ୍ଥା

          ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସେ୍ୱଚ୍ଛାସେବୀମାନେ ରହିବେ । ସେମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି ।

          ଭୋଟରମାନଙ୍କ ପାଇଁ ପୋଲିଂ ବୁଥ୍‌ରେ ପାନୀୟ ଜଳ, ଶୌଚାଳୟ ଓ ଛାଇଆଦି ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯାଇଛି ।

          ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥ୍‌କୁ ଓ ବୁଥ୍‌ରୁ ଆଣି ଘରେ ଛାଡ଼ିବା ପାଇଁ ନିଃଶୁଳକ ଯାନର ବ୍ୟବସ୍ଥା କରାଯାଇଛି ।

ସଂସଦୀୟ ନିର୍ବାଚନମଣ୍ଡଳୀ, ତାରିଖ ଓ ମତଦାନ ସମୟଚତୁର୍ଥ ପର୍ଯ୍ୟାୟ

(ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ)

ସଂସଦୀୟ ନିର୍ବାଚନ ମଣ୍ଡଳୀ/

ବିଧାନସଭା ନିର୍ବାଚନ ମଣ୍ଡଳୀ    ମତଦାନ ତାରିଖ         ମତଦାନ ସମୟ

୧୧-କଳାହାଣ୍ଡି

୭୧-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ    ୧୩/୦୫/୨୦୨୪(ସୋମବାର)        ୩୯ଟି ମତଦାନ କେନ୍ଦ୍ର ପାଇଁ:

(ମତଦାନ କେନ୍ଦ୍ର ସଂଖ୍ୟା-୧୨୩ରୁ ୧୨୭, ୧୨୯ରୁ ୧୩୧, ୧୩୫ରୁ ୧୩୭, ୧୩୯ରୁ ୧୪୧, ୧୪୮, ୧୪୯, ୧୬୪ରୁ ୧୬୬. ୧୮୯ରୁ ୧୯୧, ୨୧୬, ୨୧୭, ୨୨୮, ୨୨୯, ୨୫୮, ୨୬୯ରୁ ୨୭୮, ୨୯୮, ୩୦୧)

ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

ଅବଶିଷ୍ଟ ମତଦାନ କେନ୍ଦ୍ର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ

୭୨- ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ    ୧୩/୦୫/୨୦୨୪(ସୋମବାର)        ୨୯ଟି ମତଦାନ କେନ୍ଦ୍ର ପାଇଁ:

(ମତଦାନ କେନ୍ଦ୍ର ସଂଖ୍ୟା ୪ରୁ ୭, ୨୮ରୁ ୩୦, ୩୪, ୬୧, ୧୧୫ରୁ ୧୧୭, ୧୧୯,୨୧୦,୨୧୧, ୨୨୭ରୁ ୨୨୯, ୨୩୨, ୨୮୪ରୁ ୨୮୬, ୨୯୪, ୨୯୬ରୁ ୩୦୦, ୩୦୨)

ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

ଅବଶିଷ୍ଟ ମତଦାନ କେନ୍ଦ୍ର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ

୭୭-ଲାଞ୍ଜିଗଡ଼ (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

୭୮-ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ     ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ

୭୯-ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ      ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ

୮୦-ଭବାନୀପାଟଣା (ଏସ୍‌.ସି.) ବିଧାନସଭା ନିର୍ବାଚନ ମଣ୍ଡଳୀ

          ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ

୮୧-ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ          ୧୩/୦୫/୨୦୨୪(ସୋମବାର)        ୧୯ଟି ମତଦାନ କେନ୍ଦ୍ର ପାଇଁ

(ମତଦାନ କେନ୍ଦ୍ର ସଂଖ୍ୟା ୨୧୯, ୨୨୩ରୁ ୨୨୬, ୨୩୧ରୁ ୨୩୭, ୨୭୦ରୁ ୨୭୬)

ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

ଅବଶିଷ୍ଟ ମତଦାନ କେନ୍ଦ୍ର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ

୧୨-ନବରଙ୍ଗପୁର (ଏସ୍‌.ଟି.)

୭୩-ଉମରକୋଟ (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ        ୧୩/୦୫/୨୦୨୪(ସୋମବାର)        ୨୨ଟି ମତଦାନ କେନ୍ଦ୍ର ପାଇଁ

(ମତଦାନ କେନ୍ଦ୍ର ସଂଖ୍ୟା ୧, ୨, ୪ରୁ ୭, ୯, ୨୮ରୁ ୩୦, ୩୮, ୩୯, ୪୧ରୁ ୪୪, ୪୬, ୪୭, ୫୪, ୫୬, ୧୭୬, ୧୮୦)

ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

ଅବଶିଷ୍ଟ ମତଦାନ କେନ୍ଦ୍ର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟ;

୭୪-ଝରିଗାଁ (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ    ୧୩/୦୫/୨୦୨୪(ସୋମବାର)        ୨୬ଟି ମତଦାନ କେନ୍ଦ୍ର ପାଇଁ

(ମତଦାନ କେନ୍ଦ୍ର ସଂଖ୍ୟା ୭୮, ୮୦, ୮୧, ୧୦୯, ୧୧୧, ୧୨୮, ୧୨୯, ୧୩୬ରୁ ୧୩୮, ୧୪୨ରୁ ୧୫୧, ୧୫୪, ୧୫୫, ୧୬୨, ୨୫୨, ୨୫୪, ୨୫୫)

ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

ଅବଶିଷ୍ଟ ମତଦାନ କେନ୍ଦ୍ର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟ;

୭୫-ନବରଙ୍ଗପୁର (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ       ୧୩/୦୫/୨୦୨୪(ସୋମବାର)        ୧୦ଟି ମତଦାନ କେନ୍ଦ୍ର ପାଇଁ

(ମତଦାନ କେନ୍ଦ୍ର ସଂଖ୍ୟା ୧୫୧, ୧୫୨, ୧୮୧, ୨୪୧, ୨୫୩ରୁ ୨୫୬, ୨୬୮, ୨୬୯)

ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

ଅବଶିଷ୍ଟ ମତଦାନ କେନ୍ଦ୍ର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟ;

୭୬-ଡାବୁଗାଁ (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ    ୧୩/୦୫/୨୦୨୪(ସୋମବାର)        ୪ଟି ମତଦାନ କେନ୍ଦ୍ର ପାଇଁ

(ମତଦାନ କେନ୍ଦ୍ର ସଂଖ୍ୟା ୧୦୫ରୁ ୧୦୮)

ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

ଅବଶିଷ୍ଟ ମତଦାନ କେନ୍ଦ୍ର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟ;

୧୪୨-କୋଟପାଡ଼ (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ      ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ

୧୪୬-ମାଲକାନଗିରି (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ   ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ

୧୪୭-ଚିତ୍ରକୋଣ୍ଡା (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ

୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ

୨୦-ବ୍ରହ୍ମପୁର

୧୨୭-ଛତ୍ରପୁର (ଏସ୍‌.ସି.) ବିଧାନସଭା ନିର୍ବାଚନ ମଣ୍ଡଳୀ ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ

୧୩୨-ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ       ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ

୧୩୩-ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ

          ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

୧୩୪-ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ

୧୩୫-ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ      ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

୧୩୬- ମୋହନା (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ        ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

୧୩୭-ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ    ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ

୨୧-କୋରାପୁଟ (ଏସ୍‌.ଟି.)

୧୩୮-ଗୁଣୁପୁର (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ          ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ

୧୩୯- ବିଷମ କଟକ (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ   ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ

୧୪୦-ରାୟଗଡ଼ା(ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ         ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ

୧୪୧- ଲକ୍ଷ୍ମୀପୁର (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ       ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

୧୪୩- ଜୟପୁର ବିଧାନସଭା    ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ

୧୪୪-କୋରାପୁଟ (ଏସ୍‌.ସି.) ବିଧାନସଭା ନିର୍ବାଚନ ମଣ୍ଡଳୀ      ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ

୧୪୫-ପଟ୍ଟାଙ୍ଗି (ଏସ୍‌.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀ ୧୩/୦୫/୨୦୨୪(ସୋମବାର)        ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ

ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ (SVEEP) କାର୍ଯ୍ୟକ୍ରମ

ରାୟଗଡ଼ା:-      ରାୟଗଡ଼ା ଜିଲ୍ଲାରେ ବିଶେଷତଃ ଆଦିମ ଜନଜାତି ଗୋଷ୍ଠୀର (PVTG) ଲୋକମାନଙ୍କୁ ମତଦାନ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଆଞ୍ଚଳିକ ଭାଷାରେ ବିବିଧ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏ ପରିକି ଜନଜାତି ଶିଳ୍ପୀ/ କାରିଗରମାନଙ୍କ ଦ୍ୱାରା ହାତପଙ୍ଖାରେ ସଚେତନତା ବାର୍ତ୍ତା ଲେଖାଯାଇ ଏହାର ବହୁଳ ପ୍ରଚାରପ୍ରସାର କରାଯାଇଛି, ଯାହାକି ଏକ ଅଭିନବ ପଦକ୍ଷେପ ଅଟେ ।

          ଗୁଣୁପୁରଠାରେ ନିର୍ବାଚନ ପ୍ରଦର୍ଶନୀ କେନ୍ଦ୍ର (Election Exhibition Centre) ସ୍ଥାପନ କରାଯାଇଛି । ନବ ଭୋଟର, ଛାତ୍ରଛାତ୍ରୀ ତଥା ଲାଞ୍ଜିଆ ସଉରା ଗୋଷ୍ଠୀର ନୂଆ ଭୋଟରମାନେ ଏହି ନିର୍ବାଚନ ପ୍ରଦର୍ଶନୀ କେନ୍ଦ୍ରକୁ  Exposure Visit ପାଇଁ ଆସିଥିଲେ ।

ଗଞ୍ଜାମ:-         ଗଞ୍ଜାମ ଜିଲ୍ଲାରେ ‘ଅଲିଭ୍‌ ରିଡ୍‌ଲେ ମାସ୍‌କଟ୍‌’ (OLIVE’ Mascot) ଜରିଆରେ ଭୋଟର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।

ଗୋପଳପୁର ସମୁଦ୍ରକୂଳରେ ଉପଲବ୍ଧ ଅଲିଭ୍‌ ରିଡ୍‌ଲେ କଇଁଛର ନାମ ଅନୁଯାୟୀ ମାସ୍କଟର ନାମ ‘ଅଲିଭ୍‌’ ରଖାଯାଇଛି । ଭୋଟରମାନଙ୍କୁ ଆକର୍ଷିତ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ତାମ୍ପରା ହ୍ରଦ, ରାମଲିଙ୍ଗେଶ୍ୱର ଟ୍ୟାଙ୍କ, ଗୋପାଳପୁର ବେଳାଭୂମି, ତାରାତାରିଣୀ ମନ୍ଦିର ଇତ୍ୟାଦି ଜନଗହଳି ସ୍ଥାନମାନଙ୍କରେ ମାସ୍କଟ ସ୍ଥାପନ ସହ ସେଲ୍‌ଫି ପଏଣ୍ଟ କରାଯାଇଛି ।

          ଏତଦ୍‌ବ୍ୟତୀତ ଶ୍ରୁତି ଓ ବାକ୍‌ ବାଧିତ ଭୋଟରମାନେ ଏକକାଳୀନ ସାଧାରଣ ନିର୍ବାଚନରେ ବହୁସଂଖ୍ୟାରେ ଅଂଶଗ୍ରହଣ ନିମନ୍ତେ ଥିମ୍‌ ଭିଡ଼ିଓ, ବହୁବିଧ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ମାଲକାନଗିରି:- ମାଲକାନଗିରି ଜିଲ୍ଲାରେ ଭୋଟର ସଚେତନତା ସୃଷ୍ଟି ବ୍ୟାପକ କରିବା ପାଇଁ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜକୁ ସାମିଲ କରିଥିଲେ । ସେମାନେ ନିଜ ନିଜ ପିତାମାତାଙ୍କୁ ନର୍ବାଚନରେ ତାଙ୍କର ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପୋଷ୍ଟକାର୍ଡରେ ହୃଦୟସ୍ପର୍ଶୀ ଚିଠି

ଲେଖିଛନ୍ତି ।

          ଆଦିମ ଜନଜାତି ଗୋଷ୍ଠୀଙ୍କ ମଧ୍ୟରେ ମତଦାନ ସଚେତନତା ସୃଷ୍ଟି ପାଇଁ ‘ନିର୍ବାଚନ ପାଠଶାଳା’ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିଆଯାଇଛି ।

ନୂଆପଡ଼ା:-      ନୂଆପଡ଼ା ଜିଲ୍ଲାରେ ମତଦାନ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ବହୁବିଧ ପଦକ୍ଷେପ ନିଆଯାଉଛି । ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ ପିତାମାତାଙ୍କୁ ଭୋଟ ଗ୍ରହଣ ଦିନ ନିଶ୍ଚୟ ମତଦାନ କରିବାକୁ ଆବେଗଭରା ଚିଠି ଲେଖିଥିଲେ । ମହିଳା କୃଷକମାନେ ସେମାନଙ୍କ ଦ୍ୱାରା ଅମଳ ଷ୍ଟ୍ରବେରୀ ପ୍ୟାକେଟ୍‌ରେ ଉଦ୍ୟାନକୃଷି ବିଭାଗ ସହଯୋଗରେ ନିର୍ବାଚନ ତାରିଖ ଉଲ୍ଲେଖ କରି ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ଗ୍ୟାସ୍‌ ଏଜେନ୍ସି ସହଯୋଗରେ ଏଲ୍‌ପିଜି ସିଲିଣ୍ଡରରେ ନିର୍ବାଚନ ତାରିଖ ଲେଖିବା ସହ ଭୋଟରମାନଙ୍କୁ ନିର୍ବାଚନ ତାରିଖ ମନେ ପକାଇଦେବା ଏବଂ ନିଶ୍ଚୟ ଭୋଟ ଦେବା ପାଇଁ ସଚେତନତା ସୃଷ୍ଟି କରାଯାଇଛି ।

          ଜିଲ୍ଲାର ଜନଗହଳି ସ୍ଥାନମାନଙ୍କରେ ସେଲ୍‌ଫି ଷ୍ଟାଣ୍ଡ ସ୍ଥାପନ କରାଯାଇ ‘I am a Proud Voter and do’nt forget to Vote’) ଲେଖାଯାଇ ସଚେତନତା ସୃଷ୍ଟି କରାଯାଇଛି ।

କଳାହାଣ୍ଡି:-      କଳାହାଣ୍ଡି ଜିଲ୍ଲାରେ ୱାକାଥନ୍‌ ଏବଂ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଘରକୁ ଘର ବୁଲି ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ଆଦିମ ଜନଜାତି ଗୋଷ୍ଠୀଙ୍କର ନିର୍ବାଚନରେ ବହୁଳ ଅଂଶଗ୍ରହଣ ପାଇଁ ପଦକ୍ଷେପ ନିଆଯାଉଛି ।

କୋରାପୁଟ:-    କୋରାପୁଟ ଜିଲ୍ଲାରେ ନୂଆ ଭୋଟରଙ୍କୁ ସାମିଲ କରି ଦେଓମାଳି ପର୍ବତ ଟ୍ରେକିଂ ଆୟୋଜନ କରାଯାଇ ନିର୍ବାଚନରେ ଭୋଟରମାନଙ୍କର ଅଂଶଗ୍ରହଣର ଗୁରୁତ୍ୱ ଏବଂ ମତଦାନ ଅଧିକାର ସଂପର୍କରେ ବାର୍ତ୍ତା ପ୍ରଚାର କରାଯାଇଥିଲା ।

          ସହରାଞ୍ଚଳମାନଙ୍କରେ  “ULB Wall”  ସ୍ଥାପନ କରାଯାଇ ଭୋଟର ସଚେତନତା ବାର୍ତ୍ତା ପ୍ରଚାର କରାଯାଇ ନିର୍ବାଚନକୁ ଏକ ପର୍ବର ବାତାବରଣ ଭିତରେ ପାଳନ କରିବା ପାଇଁ ବାର୍ତ୍ତା ଦିଆଯାଇଛି ।

          ଏତଦ୍‌ବ୍ୟତୀତ ରାଜ୍ୟ ବାହାରେ ରହୁଥିବା ଓଡ଼ିଆମାନଙ୍କୁ ମତଦାନ କରିବା ନିମନ୍ତେ ସଚେତନତା ବାର୍ତ୍ତା ପ୍ରେରଣ କରାଯିବା ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗଞ୍ଜାମ ଏବଂ ନୂଆପଡ଼ା ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀମାନେ ନିର୍ଦ୍ଧାରିତ ତାରିଖରେ ମତଦାନ କରିବାକୁ ସଚେତନତା କରାଯାଇଅଛି ।

          ପ୍ରତ୍ୟେକ ଭୋଟରଙ୍କୁ Voter Information Slip (VIS), ପ୍ରତ୍ୟେକ ପରିବାରକୁ Voter Guideଏବଂ ରୌଦ୍ରତାପଜନିତ ସମ୍ଭାବ୍ୟ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସତର୍କତା Leaflet  ବଣ୍ଟନ କରାଯାଇଛି ।

          ବୁଥ୍‌ଗୁଡ଼ିକରେ ପୋଲିଂ କର୍ମଚାରୀମାନେ ଭୋଟରମାନଙ୍କୁ ଏକ ସ୍ମରଣୀୟ ଏବଂ ସୁଖଦ ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛନ୍ତି । ସମସ୍ତ ଭୋଟରମାନଙ୍କୁ ନିଜ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ମତଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *