ଭୁବନେଶ୍ୱର,୧୩/୦୮/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୬ ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗ ର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି ।
ବୈଠକ ପରେ ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।
ସଂଗ୍ରାହଳୟଗୁଡ଼ିକର ସୁପରିଚାଳନା ପାଇଁ ନିର୍ଦ୍ଦେଶାଳୟ ହେବ । ସମବାୟ ବିଭାଗ ପକ୍ଷରୁ ୩୮ଟି ମଣ୍ଡିକୁ ମଡେଲ ମଣ୍ଡି କରାଯିବ । ୩୮ଟି ମଡେଲ ମଣ୍ଡି ପାଇଁ ପ୍ରଥମ ପର୍ଯାୟରେ ୩୦୦ କୋଟି ଟଙ୍କା ବ୍ୟୟ ହେବ । ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ । ଦ୍ୱତୀୟ ପର୍ଯାୟରେ ୬୮ଟି ମଣ୍ଡି ମଡେଲ ମଣ୍ଡିରେ ପରିଣତ ହେବ।
ସେହିପରି ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ । ବିଶ୍ୱ ସ୍ତରୀୟ ରକ୍ଷଣାବେକ୍ଷଣା ବ୍ୟବସ୍ଥା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କରାଯିବ। ବିମାନ ରକ୍ଷକ୍ଷାବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡିରେ ଜମି ରେଣ୍ଟ ଦେବେ ସରକାର । ଭୁବେନେଶ୍ୱର ବିମାନ ବନ୍ଦର ଭିତରେ ଜାଗା ଦେବେ । ଏମଏସ ଏୟାର ୱାର୍କସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଏଥିପାଇଁ ଚୟନ କରିଛନ୍ତି ସରକାର।
ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଂଗ୍ରାହଳୟ ଲାଗି ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର । ମୁଖ୍ୟ ରହିବେ ଅତିରିକ୍ତ ସଚିବ ପାହ୍ୟା ଅଧିକାରୀ । ରାଜ୍ୟରେ୧୭ ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ ଟି ମ୍ୟୁଜିୟମ କରିବାକୁ ଯୋଜନା କରୁଛନ୍ତି ସରକାର।
ସହରରେ ଏଲଇଡି ଲାଇଟ ଲାଗିବ । ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ମରାମତି ହେବ । ଏଥିପାଇଁ ଖର୍ଚ୍ଚ ହେବ ୩୫୦ କୋଟି। ସମ୍ବଲପୁର ସହରରେ ୩୮୨ କୋଟି ଟଙ୍କା ଖର୍ଚ୍ଚରେ ୨୪ ଘଣ୍ଟିଆ ପାଣି ମିଳିବ । ହୀରାକୁଦ ଡ୍ୟାମ ରୁ ପାଣି ଆସିବ । ଓଡ଼ିଶା ନର୍ସିଂ ଶିକ୍ଷା ବ୍ୟବସ୍ଥା ରେ ସଂସ୍କାର ଅଣାଯିବ।ରାଜ୍ୟରେ ୮ ଟି ସରକାରୀ ନର୍ସିଂ କଲେଜ ସହ ୨୧ ଟି ଏନଏଏମ ସେଣ୍ଟର ଅଛି । ଆଉ ୭ ଟି ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା :
