ଗୋବରୀ କେନାଲ ମଟାମ ହେବାରୁ ଫକିରାବାଦରେ କୃତିମ ବନ୍ୟା

କେନ୍ଦ୍ରାପଡ଼ା,୧୬/୧୧/୨୦୨୩(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଗୋବରୀ କେନାଲରେ ଚାଷ ପାଇଁ ବହୁ ବିଳମ୍ବରେ ପାଣି ଛଡା ଯିବାରେ କେନାଲରେ ପାଣି ମଟାମ ହୋଇଛି । ଫଳରେ କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଫକିରାବାଦ, ବଡହାଟ, ମୀରପାଟଣା ଓ ନସଡିପୁର ଭଳି ତଳିଆ ଅଂଚଳରେ ଥିବା ରାସ୍ତା ଓ ଘର ଭିତରେ ପାଣି ପଶିଯାଇଥିବା ସ୍ଥାନୀୟ ଅଂଚଳର ବାସୀନ୍ଦା ଅଭିଯୋଗ କରିଛନ୍ତି । ବିଶେଷକରି ଫକିରାବାଦ ଓ ବଡହାଟ ଅଂଚଳ ଅତ୍ୟନ୍ତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ସେହିସବୁ ଅଂଚଳର ଲୋକମାନେ ଘୋର ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି । ଏସମ୍ପର୍କରେ ଜଳସେଚନ ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଧରଣୀଧର ବେହେରାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଲେ ଯେ ଏସମ୍ପର୍କରେ ଆମେ ଅବଗତ ହୋଇ ପାଣି ବନ୍ଦ କରିବାକୁ ଜଣାଇଛୁ । ପାଣି ମଧ୍ୟ ବନ୍ଦ କରି ଦିଆଯାଇଛି । ଆସନ୍ତା କାଲି ସୁଦ୍ଧା ସହରର ତଳିଆ ଅଂଚଳରୁ ପାଣି କମିଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *