ଲୋକନାଥ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ସ୍ୱାଗତ ଉତ୍ସବ

 ଗରଦପୁର, ୨୭/୦୮/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ କୋରୁଆ ସ୍ଥିତ ଲୋକନାଥ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରାଜନୀତି ବିଜ୍ଞାନ ବିଭାଗର ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ସୁଶାନ୍ତ କୁମାର ପରିଡା ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ ।

ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ନାୟକ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଦିଲ୍ଲିପ କୁମାର ସାହୁ, ଅଧ୍ୟାପକ ସତ୍ୟବ୍ରତ ବେହେରା, ସୁମନ ମଲ୍ଲିକ ଯୋଗଦେଇ ଜୀବନରେ ଭଲ ମଣିଷ ହେବା ପାଇଁ ଶୃଙ୍ଖଳା, ପରିଶ୍ରମ ଓ ଗୁରୁଜନଙ୍କୁ ସମ୍ମାନ ଛାତ୍ରକୁ ଉଚ୍ଚାଭିଳାଷୀ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ । ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ବର୍ଷର ରାଜନୀତି ବିଜ୍ଞାନ ସମ୍ମାନ ଶ୍ରେଣୀ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଶେଷ ବର୍ଷର ଛାତ୍ରୀ ଗାୟତ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *