‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମ

                                  ପାଠକଙ୍କ ଆଦର ହିଁ ଲେଖକର ପୁରସ୍କାର

ଭୁବନେଶ୍ୱର, ୨୪/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପାଠକମାନେ ହିଁ ଲେଖକର ସାମର୍ଥ୍ୟ ଓ ସାର୍ଥକତା ପ୍ରତିପାଦନ କରନ୍ତି । ଜଣେ ସଚେତନ ପାଠକ ଲେଖକର ଅଭିବ୍ୟକ୍ତିକୁ ଠିକଣା ଭାବରେ ଗ୍ରହଣ କରିପାରେ । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ସୁଲେଖିକା ଡ. ପ୍ରବୀଣା ମହାନ୍ତି ଉପରୋକ୍ତ ମର୍ମରେ ତାଙ୍କ ଲେଖକୀୟ ଜୀବନର ବିବିଧ ଅନୁଭୂତି ବର୍ଣ୍ଣନା କରିଛନ୍ତି ।

‘ମୋ ଜୀବନ ମୋ ସୃଜନ’ ଶୀର୍ଷକ ବକ୍ତବ୍ୟ ଉପସ୍ଥାପନ କରି ସେ କହିଛନ୍ତି ଯେ ତାଙ୍କର ମା’ ପ୍ରଥମ ସାହିତ୍ୟ ଗୁରୁ । କର୍ମକ୍ଷେତ୍ରର ବିଭିନ୍ନ ଅନୁଭୂତି ତାଙ୍କୁ ସାହିତ୍ୟ ସାଧନା ପାଇଁ ପ୍ରେରଣା ଯୋଗାଇଛି । ଜଣେ ଭଲ ଲେଖକ ମଧ୍ୟ ସଚେତନ ପାଠକ ବୋଲି ମତଦେଇ ଡ. ମହାନ୍ତି ତାଙ୍କ ସୃଜନ ଯାତ୍ରାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଡ. ପ୍ରଦୀପ୍ତ କୁମାର ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପବିତ୍ର ମୋହନ କର, ରଜତ ରଶ୍ମି ସ୍ୱାଇଁ, ଆଭାସ ବରାଳ ପ୍ରମୁଖ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ‘ଏ ମାସର କବି’ ଭାବରେ ତରୁଣ କବି ସୁଶ୍ରୀ ମନୀଷା ବିଶ୍ୱାଳ ଓ ଶ୍ରୀ ବୀରେନ୍ଦ୍ର ନାୟକ ଯୋଗଦେଇ ସ୍ୱରଚିତ ଲେଖା ପାଠ କରିଥିଲେ ।

ପରେ ଡ. ଅଭୟ ନାରାୟଣ ନାୟକ, ଅଧ୍ୟାପିକା ସୌଦାମିନୀ ବେହେରା ଓ ଜୟଶ୍ରୀ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଭୂତି ପାଣିଗ୍ରାହୀ, ଭିକାରୀ ଧଳ, କ୍ଷଣପ୍ରଭା ମହାନ୍ତି, ଇତିଶ୍ରୀ ପତି, ସତ୍ୟନାରାୟଣ ସିଂହ, ବିରଞ୍ଚି ନାରାୟଣ ଶତପଥୀ, ମନମୋହନ ମିଶ୍ର, ନୃସିଂହ ତରାଇ, ମିନତି ମିଶ୍ର, ସୁନନ୍ଦା ମିଶ୍ର, ଶୈଳେନ୍ଦ୍ର ଜେନା, ସୁବ୍ରତ ରଥ, ବିଧୁଭୂଷଣ ତି୍ରପାଠୀ, ନିରୁପମା ରଥ, ମିହିରକାନ୍ତି ଦାସ, ଯୋଗେନ୍ଦ୍ର କୁମାର ନାୟକ, ଅଶୋକ ସିଂହ, ସୁଷମା ଦାସ, ପ୍ରଦୁ୍ୟମ୍ନ ପଟ୍ଟନାୟକ ଓ ଭିକାରୀ ଧଳ ପ୍ରମୁଖ କବିତା ପାଠ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଭା ଆରମ୍ଭରେ ଡା. ଜୀବନକୃଷ୍ଣ ମିଶ୍ର ବେଦପାଠ କରିଥିଲେ ।

Leave a Reply

Your email address will not be published. Required fields are marked *