” ୨୮ତମ ନିମାପଡ଼ା କପ  କ୍ରିକେଟ ଟୁର୍ନାମେଣ୍ଟ” ୟୁ ଆଣ୍ଡ ମି ବାଲେଶ୍ୱର ସେମିଫାଇନାଲରେ

ନିମାପଡ଼ା, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ନିମାପଡ଼ା ବାରବାଟୀ ମିନି ଷ୍ଟାଡିଅମରେ ନିମାପଡ଼ା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ” ୧୨ ତମ କିଶୋରପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ  କ୍ରିକେଟ ଟୁର୍ନାମେଣ୍ଟ” ୪ର୍ଥ କ୍ଵାଟର ଫାଇନାଲ ମ୍ୟାଚରେ ୟୁ ଆଣ୍ଡ ମି’ ବାଲେଶ୍ୱରର  ଏବଂ ରାଜିଙ୍ଗ କ୍ଲବ ରାଉଲକେଲା ମଧ୍ୟରେ  ଅନୁଷ୍ଠିତ ହୋଇଥିଲା ।  ରାଇଜିଂ କ୍ଲବ ରାଉଲକେଲାକୁ ୪୪ ରନରେ ହରାଇ  ୟୁ ଆଣ୍ଡ ମି’ ବାଲେଶ୍ୱରର ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଟସଜିତି   ୟୁ ଆଣ୍ଡ ମି’ ବାଲେଶ୍ୱରର ବ୍ୟାଟିଂ କରି  ନିର୍ଦ୍ଧାରିତ ୩0 ଓଭରରୁ ୨୯. ୪ ଓଭର ଖେଳି ସମସ୍ତ ୱ୍ଵିକେଟ ହରାଇ ୨୪୭ ରନ ସଂଗ୍ରହ କରିଥିଲା ।  ଦଳର ପକ୍ଷରୁ ବ୍ୟାଟର ମୁକେଶ କୁମାର ୫୧ ଏବଂ ରାଜୀବ ଲୋଚନ ସାହୁ ୪୪ ରନ ସଂଗ୍ରହ କରିଥିଲା । ପ୍ରତିପକ୍ଷ   ରାଜିଙ୍ଗ କ୍ଲବ ରାଉଲକେଲାର ବୋଲର  ଆଶୁତୋଷ ମହାରଣା ୪ଟି ଏବଂ ବିରଜାକାନ୍ତ ବେହେରା ୩ଟି  ୱ୍ଵିକେଟ ଅକ୍ତିଆର କରିଥିଲେ । ଜବାବରେ ଦ୍ଵିତୀୟାର୍ଦ୍ଧରେ ରାଜିଙ୍ଗ କ୍ଲବ ରାଉଲକେଲା ବ୍ୟାଟିଂକରି କରି ନିର୍ଦ୍ଧାରିତ ୩0 ଓଭରରେ ୨0୩ ରନ କରିବାକୁ ସକ୍ଷମ ହୋଇଥିଲା l  ରାଜିଙ୍ଗ କ୍ଲବର ବ୍ୟାଟର ନିକୋଲାସ ମହାନ୍ତି ୩0 ସମୀର ସାମନ୍ତରାୟ ୨୯ ରନ କରିଥିଲେ  ।  ପ୍ରତିପକ୍ଷ ୟୁ ଆଣ୍ଡ ମି’ ବାଲେଶ୍ୱର ଦଳର ବୋଲର ଜ୍ଞାନେନ୍ଦ୍ର ପରିଡ଼ା ୩ଟି ଏବଂ ମୁକେଶ କୁମାର ୨ଟି  ୱ୍ଵିକେଟ ଅକ୍ତିଆର କରିଥିଲେ l  ୟୁ ଆଣ୍ଡ ମି’ ବାଲେଶ୍ୱର ଦଳର ଖେଳାଳି ମୁକେଶ କୁମାର ଅଲରାଉଣ୍ଡର୍ସ ପ୍ରଦର୍ଶନ ପାଇଁ  ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅତିଥି ଭାବେ ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ପୁଷ୍ପିତା ରାଜଗୁରୁ, ଆସୋସିଏସନର ଯୁଗ୍ମ ସମ୍ପାଦକ ସତ୍ୟନ୍ଦ୍ରମୋହନ ମହାନ୍ତି ଏବଂ ଆସୋସିଏସନର କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଯୋଗଦେଇ  ମ୍ୟାନ ଅଫ ଦି ମ୍ୟାଚ  ପୁରସ୍କାରଟିକୁ ପ୍ରଦାନ କରିଥିଲେ  । ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ଅଭିନନ୍ଦନ ପାତ୍ର ଓ ତ୍ରିଭୁବନ ଦାଶ । ସ୍କୋରର ଦାୟିତ୍ୱରେ ରହିଥିଲେ ତନ୍ମୟ ସାହୁ ଏବଂ ରୋଶନଜିତି ରାୟ । ସଂଗ୍ରାମ ଭୋଳ ଧାରବିବରଣୀ ପ୍ରଦାନ କରିଥିଲେ । ଆସନ୍ତା କାଲି ଦ୍ୱିତୀୟ ସେମିଫାଇନାଲ  ମ୍ୟାଚ ‘ ୟୁ ଆଣ୍ଡ ମି’ ବାଲେଶ୍ୱରର  ଏବଂ ବିଶ୍ଵଭାରତୀ କଟକ ମଧ୍ୟରେ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *