ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ, ବାଲିଆ ହରିପୁର ଚାମ୍ପିୟନ

 ଯାଜପୁର, ୧୭/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ଯାଜପୁର ଜିଲ୍ଲା ସାହସପୁର ପଞ୍ଚାୟତ ଅନ୍ତର୍ଗତ ଡ଼ଅଁରକୁଳ ଖେଳ ପଢିଆ ଠାରେ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବର  ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଯାଇଛି। ଏହି ମ୍ୟାଚରେ ବାଲିଆ ହରିପୁର ଚମ୍ପିୟାନ ଟିମ ଭାବେ ବିବେଚିତ ହୋଇଥିବା ବେଳେ ଗୋବିନ୍ଦପୁର ରନର୍ଶ ଅପ ଟିମ ଭାବେ ବିବେଚିତ ହୋଇଛି  । ବରୀ ନିର୍ବାଚନ ମଣ୍ଡଳୀ ସାମାଜିକ କର୍ମୀ ଅଶୋକ କୁମାର ବେହେରା ସମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକା ଭାବେ ଫିତା କାଟି  ଉଦଘାଟନ କରିଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସାହସପୁର ପଞ୍ଚାୟତ ସରପଞ୍ଚ କଳ୍ପନା ଭୂୟାଁ, ଜିଲ୍ଲାପରିଷଦ ବିନୋଦ ମାଝୀ, ପ୍ରଧାନ ଶିକ୍ଷକ ଶେକ ମିନାତୁଲ୍ଲା ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଦୀପ ମେମୋରିଆଲ କ୍ରିକେଟ ଟିମ ସଦସ୍ୟ ଅମିତାଂଶୁ ରାଉତ, ହିମାଂଶୁ ରାଉତ,ସତ୍ୟପ୍ରକାଶ ରାଉତ, ବିରଜା ପ୍ରସାଦ ରାଉତ, ମନୋଜ ଶର୍ମା, ଚିନ୍ମୟ ରାଉତ, ଶୁଭ୍ରାଂଶୁ ଶର୍ମା,ଏହି ଟୁର୍ନାମେଣ୍ଟ କୁ ଆୟୋଜିତ କରିଥିଲେ।

Leave a Reply

Your email address will not be published. Required fields are marked *