ଜୟ ଜଗନ୍ନାଥ ମହୋତ୍ସବ କଳସ ଶୋଭାଯାତ୍ରାରେ ଗାଁ ଦୁଲୁକିଲା : ଆସନ୍ତା କାଲି ଅଭିନେତ୍ରୀ ସୁର୍ଯ୍ୟମୟୀଙ୍କ ପାଇଁ ବଢୁଛି ଉତ୍କଣ୍ଠା

ଯାଜପୁର,୦୨/୦୨/୨୦୨୫(ଓଡ଼ିଶା ସମାଚାର)- ଭାବ ଓ ଭକ୍ତିର ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ଜୟ ଜଗନ୍ନାଥ‘ ମହୋତ୍ସବ ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ଭୁବନପୁର ଗ୍ରାମରେ ରବିବାର ଆରମ୍ବ ହୋଇଛି ।ଶ୍ରୀଶ୍ରୀରାଧାକୃଷ୍ଣ ମହାପ୍ରଭୂଙ୍କ ମନ୍ଦିର ପ୍ରତିଷ୍ଠା ବାର୍ଷିର୍କୋତ୍ସବ ଅବସରରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ କଳସ ଶୋଭାଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି ।
ସକାଳ ୭ ଟାରେ ଆରମ୍ଭ ହୋଇଥିବା କଳସ ଶୋଭାଯାତ୍ରାରେ ଢୋଲବାଜା ସାଙ୍ଗକୁଏହା ସହ ବହୁସଂଖ୍ୟକ ଘଂଟବାଜାରେ ଗାଁ କମ୍ପିଥିଲା । ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ସୁନ୍ଦରଗଡର ଝୁମର, କଳାହାଣ୍ଡୀର ଘୁମୁରା ନାଚ ଉପସ୍ଥିତ ବହୁ ସଂଖ୍ୟକ ଭକ୍ତଙ୍କ ମନ ମୋହିଥିଲା । ଆଲୋକ ରଂଜନ ବିଶ୍ୱାଳ କଳସ ବୁଡାଇବା ପରେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।କଳସ ଶୋଭା ଯାତ୍ରାକୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପ୍ରଦାନ ସହ ପାନୀୟଜଳ ପ୍ରଦାନ କରାଯାଇ ଥିଲା ।ଏଥିରେ ଖୋର୍ଦ୍ଧା ବରମୁଣ୍ଡା ସମେତ ବହୁସଂଖ୍ୟାରେ ସଂକୀର୍ତନ ଦଳ ସାମିଲ ହୋଇ ସଂକୀର୍ତନ କରିଥିଲେ ।ଏହାସହ ମଂଚରେ ଗଙ୍ଗମେକର ତରଫରୁ ଗୀତିନାଟ୍ୟ, ଅଙ୍ଗରଙ୍ଗ ଅନୁଷ୍ଠାନ ତରଫରୁ ଓଡିଶୀ ନୃତ୍ୟ ଏବଂ ଶ୍ରୀରାମସ୍ୟାଡୋ ଥିଏଟର ତରଫରୁ ରାବଣଛାୟା ଅନୁଷ୍ଠିତ ହୋଇଛି ।ଏହି ମହୋତ୍ସବରେ ତିନିଦିନ ଧରି ପାଲା ମଧ୍ୟ ଅନୁଷ୍ଠିତ ହେଉଛି । ପାଲାଗାୟକ ଉଜ୍ଜ୍ୱଳ ବିଜୟ ଓଗ୍ଦାଙ୍କ ତରଫରୁ ପାଲା ପରିବେଷଣ କରାଯାଇଛି ।
ଏହି ମହୋତ୍ସବରେ ତିନିଦିନ ବ୍ୟାପୀ ସଦାସର୍ବଦା ମଂଚରେ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ସଂସ୍କୃତି ନେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସବୁସମୟରେ ପ୍ରସାଦ ସେବନ କରାଯାଇ ଥାଏ ।ଏହା ସହସର୍ବଦା ଯଜ୍ଞ ମଧ୍ୟ ଚାଲିଥାଏ ।ଏହି ତିନୋଟି କାର୍ଯ୍ୟ ଏକକାଳୀନ ତିନିଦିନ ଧରି ଚାଲିବାର ବିରଳ ପରମ୍ପରା ଏଠାରେ କରାଯାଇ ଥାଏ ।ଏଠାରେ ପୂଜା ପାଉଥିବା ମହାପ୍ରଭୂ ଶ୍ରୀଶ୍ରୀ ରାଧାକୃଷ୍ଣ ମହାପ୍ରଭୂଙ୍କ ପ୍ରତି ଭକ୍ତ ମହାଲରେ ଅତୁଟ ଆସ୍ଥା ଓ ବିଶ୍ୱାସ ରହିଛି ।ମହୋତ୍ସବରେ ପଲ୍ଲିଶ୍ରୀ ମେଳାରେ ଟେରାକୋଟା, ହସ୍ତତନ୍ତ, ଝୋଟଶିଳ୍ପ, କାଇଁଚଶିଳ୍ପ, ଟସରବସ୍ତ୍ର, ହାତ ତିଆରି ବିଭିନ୍ନ ଘର କରଣା ସାମଗ୍ରୀ, ବଢି, ପାମ୍ପଡ, ଶୁଖିଲାଖାଦ୍ୟ ଆଦି ଉପଲବ୍ଧ ହେଉଛି । ଆଜି ମହୋତ୍ସବରେ ଓଡିଶାର ପ୍ରମୁଖ ଉପସ୍ଥାପକ, ଅଭିନେତା ତଥା ଗୋପାଳ ଦାସ ସ୍ମୃତି ସଂସଦର ପ୍ରତିଷ୍ଠାତା ସୁଶାନ୍ତ ପାଣିଙ୍କ ଓଡିଆକଳା, ସଂସ୍କୃତିର ପ୍ରସାର ପାଇଁ ଜୀବନବ୍ୟାପୀ ସାଧନା ପାଇଁ ‘ଜୟ ଜଗନ୍ନାଥ‘ ସମ୍ମାନ ପ୍ରଦାନ କରାଯାଇଛି । ଆସନ୍ତାକାଲି ସୋମବାର ଦିନ ପୁରୀ ଡ୍ୟାନ୍ସଏକାଡେମୀ ଦ୍ୱାରା ଓଡିଶୀ, ରାଜ୍ୟ ଚଳଚିତ୍ର ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ଦ୍ୱାରା ନୃତ୍ୟ ସହ ଖୋର୍ଦ୍ଧାର ପାଇକ ଅଖଡାଏବଂ ପାଲା ଅନୁଷ୍ଠିତ ହେବବୋଲି ଜୟ ଜଗନ୍ନାଥ ମହୋତ୍ସବ କମିଟି ତରଫରୁ ଜଣାଯାଇଛି ।

Leave a Reply

Your email address will not be published. Required fields are marked *