କଟକ ସଦର,୦୨/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପାରାଵିଲ୍ ଗ୍ରାମରେ ଗତକାଲି (ଶନିବାର) ରାତିରେ ଗ୍ରାମ କମିଟି ପକ୍ଷରୁ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁ ମିଳନ କାର୍ୟ୍ୟକ୍ରମରେ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଯୋଗଦେଇ ଗ୍ରାମର ଉନ୍ନତି ପାଇଁ ସଂଗଠିତ ଭାଇଚାରାର ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଗ୍ରାମ କମିଟି ସଭାପତି ନିରଞ୍ଜନ ରାଉତରାୟ ଙ୍କ ତତ୍ତ୍ୱାବଧାନରେ ଏଵଂ ସାଧାରଣ ସଂପାଦକ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କ ସଂଯୋଜନାରେ ଆୟୋଜିତ ବନ୍ଧୁ ମିଳନ ସଭାରେ ଥାନା ର ଅନ୍ୟତମ ଅଧିକାରିଣୀ ସସ୍ମିତା ପରିଡ଼ା ଓ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ। ବିଶୃଙ୍ଖଳିତ ଆଚରଣ କିମ୍ଵା କାର୍ୟ୍ୟ କଳାପ ପ୍ରତି ଭବିଷ୍ୟତରେ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯାଇଥିଲା।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵର୍ଷିୟାନ ମୁରଵୀ ଧରଣୀଧର ବେହେରା, ଗ୍ରାମ କମିଟି ର କାର୍ୟ୍ୟକାରୀ ସଭାପତି ଗୋକୁଳାନନ୍ଦ ବୈଶାଖ, ଉପସଭାପତି ଜୟରାମ ପରିଡ଼ା,ସହ ସଂପାଦକ ବସନ୍ତ କୁମାର ବାଡି, କୋଷାଧ୍ୟକ୍ଷ ପ୍ରଭାକର ସାହୁ, ଉପଦେଷ୍ଟା ତ୍ରୈଲୋକ୍ୟ ନାଥ ରାଉତରାୟ ପ୍ରମୁଖ ଯୋଗ ଦେଇଥିବାବେଳେ ପରିଚାଳନାରେ ପ୍ରଦୀପ ରାଉତରାୟ,ରଞ୍ଜିତ୍ ରାଉତରାୟ,ଶିଵ ପ୍ରସାଦ ରାଉତରାୟ,ଶରତ ଚନ୍ଦ୍ର ବାଡି, ଖଗେଶ୍ବର ମୁଦୁଲି, ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ ସାହୁ ଙ୍କ ସମେତ ଗ୍ରାମବାସୀ ମାନେ ସହାୟତା ପ୍ରଦାନ କରିଥିଲେ। ଶେଷରେ କାର୍ୟ୍ୟକାରୀ ସଭାପତି ଗୋକୁଳାନନ୍ଦ ବୈଶାଖ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଏକ ମିଳିତ ପଙ୍କ୍ତି ଭୋଜନରେ ସମସ୍ତେ ଆପ୍ୟାୟିତ ହୋଇଥିଲେ।
ପାରାଵିଲ୍ ଗ୍ରାମ କମିଟି ପକ୍ଷରୁ ବନ୍ଧୁ ମିଳନ କାର୍ୟ୍ୟକ୍ରମ
