ପୂର୍ବ ଶତୃତାରୁ ଚରମ୍ପା ରେ ବୋମାମାଡ଼, ୨ ଆହତ

ଭଦ୍ରକ, ୩୧/୦୧/୨୦୨୫ (ଓଡ଼ିଶା ସମାଚାର)- ଚରମ୍ପା ସ୍କୁଲ ରୋଡ ପୂଜା ମଣ୍ଡପ ନିକଟରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ଦୁର୍ବୁତ୍ତ ବୋମା ଫିଙ୍ଗିଥିଲେ । ବୋମାମାଡ଼ରେ ଜଣେ ଗୁରୁତର ଆହତ ଓ ଅନ୍ୟ ଜଣେ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣେ ଯୁବକ ଏହି ବୋମାମାଡ଼ କରିଥିବା ପୁଲିସ ଜାଣିବାକୁ ପାଇଥିଲା ଓ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବୋମାମାଡ଼ କରିଥିବା ଯୁବକଙ୍କୁ ଧରିବାରେ ଟାଉନ ଥାନା ପୁଲିସ ସଫଳ ହୋଇଛି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *