ନନ୍ଦକିଶୋର ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ ଫାଇନାଲ ମ୍ୟାଚ୍

ନିତା ଫୁଟବଲ ଏକାଡ଼େମୀକୁ ହରାଇ ଓଡ଼ିଶା ପୋଲିସ୍ ଚମ୍ପିୟାନ
ଭୁବନେଶ୍ୱର,୦୧/୧୧/୨୦୨୫ (ଓଡ଼ିଶା ସମାଚାର)- ସିଟି କ୍ଲବ, ନୟାପଲ୍ଲୀ ଭୁବନେଶ୍ୱର ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ପଡ଼ିଆରେ ଚାଲିଥିବା ତୃତୀୟ ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ ଫାଇନାଲ ମ୍ୟାଚ୍ ରେ ନିତା ଫୁଟବଲ୍ ଏକାଡ଼େମୀକୁ ୪-୧ ଗୋଲ୍ ରେ ହରାଇ ଓଡ଼ିଶା ପୋଲିସ୍ କଟକ ଚମ୍ପିୟାନ ହୋଇଛି ।

ଓଡ଼ିଶା ପୋଲିସ୍ କଟକର ପ୍ୟାରୀ ଖାଖା ୩ଟି ଗୋଲ୍ ଦେଇଥିବା ବେଳେ ଯଶୋଦା ମୁଣ୍ଡା ଗୋଟିଏ ଗୋଲ୍ ଦେଇଥିଲେ । ନିତା ଫୁଟବଲ୍ ଏକାଡ଼େମୀର ପ୍ରିୟାରୁବି ଦାସ ଏକମାତ୍ର ଗୋଲ୍ ଦେଥିଲେ । ଓଡ଼ିଶା ପୋଲିସ୍ ର ଜର୍ସି ନଂ-୧୯ ପ୍ୟାରୀ ଖାଖାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଥିଲା । ସୁଜିତ କୁମାର ପାତ୍ର, ଚନ୍ଦ୍ରକାନ୍ତ ବାରିକ, ଆନନ୍ଦ ଦେହୁରୀ, ଶିବ ପ୍ରସାଦ ସାମନ୍ତରାୟ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଶିବଶଙ୍କର ପଣ୍ଡା ମ୍ୟାଚ୍ କମିଶନର ଥିଲେ, ସୁଦୀପ୍ତା ଦାସ ମ୍ୟାଚ୍ ସମୀକ୍ଷା ଏବଂ ରୁବିସ୍ମିତା ପାଢୀ, ରୋଜାଲିନ ହୁସନେରା ଫିଜିଓ ଦାୟିତ୍ୱ ବହନ କରିଥଲେ ।

ଏଥିରେ ବ୍ରହ୍ମପୁର ମାନ୍ୟବର ଲୋକସଭା ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ଅଲମ୍ପିକ ଆସୋସିଏସନର ସଭାପତି ସମୀର ମହାନ୍ତି, ଭାରତର ଅର୍ଥ ପରାମର୍ଶଦାତା ରାଜୀବ ଶେଖର ସାହୁ, ସୁରେଶ ରାଉତରାୟ, ଡଃ ପ୍ରକାଶ ଶ୍ରୀଚନ୍ଦନ, ଭାଗ୍ୟଧର ଜଗଦେବ, ଆଦିତ୍ୟ ପ୍ରସାଦ ପାଢୀ, ନିରଞ୍ଜନ ମିଶ୍ର, ରଶ୍ମୀ ମହାପାତ୍ର, ସତ୍ୟବ୍ରତ ରଥ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ବୃନ୍ଦାବନ ଦଳବେହେରା, ଅଭିନେତା ସବ୍ୟସାଚୀ ମିଶ୍ର, ସିଟି କ୍ଲବର ସଭାପତି ଡଃ ସୌର୍ଯ୍ୟରଞ୍ଜନ ପରିଜା ଏବଂ ନନ୍ଦକିଶୋର ପଟ୍ଟନାୟକଙ୍କ ସହଧର୍ମିଣୀ ସଞ୍ଜୁ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳ ଓଡ଼ିଶା ପୋଲିସ୍ ଙ୍କୁ ଟ୍ରଫି ସହ ୩୧ ହଜାର ଟଙ୍କାର ଅର୍ଥରାଶି ଏବଂ ଉପବିଜେତା ଦଳ ନିତା ଫୁଟବଲ ଏକାଡ଼େମୀକୁ ଟ୍ରଫି ସହ ୨୧ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ ।

ଶୃଙ୍ଖଳିତ ଦଳ ଭାବେ କୁଆଁରମୁଣ୍ଡା ସୁନ୍ଦରଗଡ଼ ଦଳକୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ପୋଲିସ୍ ର ପ୍ୟାରୀ ଖାଖାଙ୍କୁ ଶ୍ରେଷ୍ଠ ଖେଳାଳି ଏବଂ ଶ୍ରେଷ୍ଠ ଷ୍ଟ୍ରାଇକର ଭାବେ ପୁରସ୍କୃତି କରାଯାଇଥବା ବେଳେ ଶ୍ରେଷ୍ଠ ଗୋଲ୍ କିପର ଭାବେ ସସ୍ମିତା ପରିଡ଼ା, ଶ୍ରେଷ୍ଠ ଡିଫେଡ଼ଣ୍ଡର ଭାବେ ଅମ୍ବାଲିକା, ଶ୍ରେଷ୍ଠ ମିଡ୍ ଫିଲଡ଼ର ଭାବେ ଯଶୋଦା ମୁଣ୍ଡା, ଟୁର୍ଣ୍ଣାମେଂଟର ଶ୍ରେଷ୍ଠ ଖେଳାଳି ଭାବେ ରିତୁ ବଦାରିଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଆଶୀର୍ବାଦ ବେହେରା ଏବଂ ଅନ୍ଥୋନୀ ଭେଣ୍ଡ୍ରା, କୋଚ୍ ଗଙ୍ଗରଧୀ ବେହେରା ଏବଂ ବିଜୟ ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ସିଟି କ୍ଲବର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସହିଦ ଜବାର, ଶୁଭେନ୍ଦୁ ପଣ୍ଡା, ରିତୁ ମିତ୍ର, ସହଦେବ ରାଉତ, ସଙ୍ଗୀତା ଶର୍ମା, ଅଶୋକ କୁମାର ମହାନ୍ତି, ବନୋଜ କୁମାର ପ୍ରଧାନ, ମଳୟ ବେହେରା, ତିଳୋତମା ଦଳେଇ, ଗାୟତ୍ରୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *