ସଡ଼କ ସୁରକ୍ଷା ମାସ ୨୦୨୫ ର ଉଦଯାପନ ଦିବସ

ଜଗତସିଂହପୁର ୩୧/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ରେ  ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ସଡ଼କ ସୁରକ୍ଷା ମାସ ୨୦୨୫ ର ଉଦଯାପନ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ରେ ପ୍ରଦିପ ପ୍ରଜ୍ଜ୍ୱଳନ କରିବା ସହ  ସମସ୍ତେ ରାସ୍ତା ରେ ଗଲାବେଳେ ସଚେତନ ହେଲେ ସଡ଼କ  ଦୁର୍ଘଟଣା କୁ  କମାଯାଇପାରିବ ବୋଲି ମତବ୍ୟକ୍ତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ ଯୋଗଦେବା ସହ ,ସମସ୍ତେ ଶୃଙ୍ଖଳାର ସହ  ନିୟମ ମାନିଲେ ଦୁର୍ଘଟଣା କୁ ନିୟନ୍ତ୍ରଣ କରିହେବ ବୋଲି ବକ୍ତବ୍ୟ ରକ୍ଷିଥିଲେ। ଅତିରିକ୍ତ ଜିଲ୍ଳା ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ରଶ୍ମୀ ରଞ୍ଜନ ପଟ୍ଟନାୟକ ଆବେଗ ପୂର୍ଣ୍ଣ ସଚେତନତା ମନ୍ତବ୍ୟ ଦେବାକୁ ଯାଇ, ଦୁର୍ଘଟଣା ରେ  କିପରି ଜୀବନ ହାନି ହେଉଛି ତାର ପ୍ରତିକାର ବିଷୟରେ  ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଏଥିରେ ସୁଚନା ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୀମା ଜେନା ,ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା ଯୋଗଦେଇ ରାସ୍ତାରେ ଗଲାବେଳେ ସମସ୍ତ ଙ୍କର ସଚେତନ ହେବାର ଆବଶ୍ୟକ ଅଛି ବୋଲି ମନ୍ତବ୍ୟ ରଖିଥିଲେ। ପ୍ରକାଶ ଥାଉ କି,ଚଳିତ ମାସ ପ୍ରଥମ ଦିନରୁ ଏହି କାର୍ଯ୍ୟକ୍ରମ ଜଗତସିଂହପୁର ସ୍ଥିତ ଶ୍ରୀକୃଷ୍ଣ ଏକାଡେମୀ ରୁ ବିଭିନ୍ନ ପ୍ରକାରର ସଚେତନତାଧର୍ମୀ ପ୍ରତିଯୋଗିତା ସହିତ ସଚେତନତା ରଥ ର ଉଦ୍ଘାଟନ ହୋଇ ଆରମ୍ଭ ହୋଇଥିଲା । ପରେ ସମଗ୍ର ଜିଲ୍ଲାର ପଞ୍ଚାୟତ ସ୍ତରର ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଠାରୁ ଆରମ୍ଭ କରି ବ୍ଲକ ସ୍ତର ଜନସାଧାରଣ ଙ୍କୁ ନେଇ ସଡ଼କ ସୁରକ୍ଷା ମାସ ୨୦୨୫ ର ସଚେତନତା କାର୍ଯ୍ୟକ୍ରମ ହୋଇଥିଲା ।୧୩୦ ଜଣ ରକ୍ଷକ ମାନଙ୍କୁ ନେଇ ତାଲିମ ଦେବା ସହ ହେଲମେଟ ପ୍ରଦାନ କରାଯାଇଥିଲା। ପାରାଦୀପ ରେ ଚକ୍ଷୁ ପରିକ୍ଷା ଶିବିର କରି ପିଡୀତ ଙ୍କୁ ଚଷମା ଦେବା,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ସୂଚନା ଦେଇଥିଲେ। ଆଜି ର କାର୍ଯ୍ୟକ୍ରମ ରେ ଆଞ୍ଚଳିକ ପରିବହନ ଅଧିକାରୀ ଉପସ୍ଥିତ ସମସ୍ତ ଅତିଥି ତଥା ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସଚେତନତା ପାଇଁ ଶପଥପାଠ କରାଇଥିଲେ।ଶେଷରେ ୧୩ ଜଣ ଗୁଡ଼ ସମରଟିଆନ୍ ଙ୍କୁ ମାନପତ୍ର ଉପଢୌକନ ସହ ଦୁଇ ହଜାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ ହେଉଥିଲା । ଯେଉଁ ଅନୁଷ୍ଠାନ ଗୁଡିକ ଚଳିତ ମାସସାରା ସଡ଼କ ସଚେତନତା କାର୍ଯ୍ୟକ୍ରମ କରିଥିଲେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ସେଥିମଧ୍ୟରୁ ପି ପି ଏଲ ପାରାଦୀପ , ଇଫକୋ ପାରାଦୀପ,ଆଇ ଓ ସି ଏଲ ପାରାଦୀପ, ଜେ ଏସ ଡବ୍ଲୁ , ପାରାଦୀପ,ଓ ଏସ ଏଲ , ପାରାଦୀପ,ପାରିଦୀପ ପରିବହନ ଲିମିଟେଡ, ପାରାଦୀପ ଟ୍ରକ ମାଲିକ ସଂଘ, ପାରାଦୀପ ବସ୍ ମାଲିକ ସଂଘ, ସୁଶ୍ରୀ ଅଟୋମୋଟିଭ, କାଞ୍ଚନ ମୁରଲି ଅଟୋ, ଗିତା ମୋଟରସ୍, ସାରଳା ଅଟୋ ମୋବାଇଲ୍, ସୁନି ଅଟୋ ବାଇକ, ନଭଯୋତି ମଟରସ, ମୈତ୍ରୀ ଅଟୋ କେୟାର, ଦାସ ଅଟୋ, ଏବଂ ବିଭିନ୍ନ ପ୍ରତିଯୋଗିତାକୁ ଏବଂ ଶ୍ରୀକୃଷ୍ଣ ଏକାଡେ଼ମୀ ସ୍କୁଲ କୁ, ମଞ୍ଚରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ତଥା ରାଜ୍ୟ ରେଡକ୍ରସ ସୋସାଇଟି ସଂଯୋଜକ ଶ୍ରୀ ଗୋପାଳ କୃଷ୍ଣ ମିଶ୍ର ସୁନ୍ଦର ଭାବରେ ସଂଯୋଜନା କରିଥିବା ବେଳେ  ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *