କିଶନନଗର ପଞ୍ଚାୟତରେ ନିର୍ବାଚନ ଉଷ୍ମତା, ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ

କଟକ ସଦର,୧୮/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଵିଗୁଲ ଵାଜି ସାରିଥିଲା ବେଳେ କଟକ ସଦର ଅନ୍ତର୍ଗତ ମର୍ଯ୍ୟାଦାଜନକ କିଶନନଗର ପଞ୍ଚାୟତରେ ଏଥିପାଇଁ ଉଷ୍ମତା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ କେତେକ ଆଶାୟୀ ସରପଂଚ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଏବେଠାରୁ ଛକାପଞ୍ଝା ଆରମ୍ଭ ହୋଇଥିଲା ବେଳେ ନିଜନିଜ କ୍ଷେତ୍ରରେ ସେମାନଙ୍କର ଭିତିରିଆ ସାଂଗଠନିକ ସମ୍ପର୍କ ବୃଦ୍ଧିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରଦୀପ୍ତ ଦାସ
ନିରଞ୍ଜନ ସାହୁ

୨୦ ଟି ୱ।ର୍ଡ ବିଶିଷ୍ଟ ଉକ୍ତ ପଞ୍ଚାୟତ ମର୍ଯ୍ୟାଦାଜନକ ଏଇଥିପାଇଁ ଯେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏହି କିଶନନଗର ପଞ୍ଚାୟତର ବାସିନ୍ଦା ଏବଂ ଏଠାରେ ତାଙ୍କ ଭାଉଜ ସୁଜାତା ସେଠୀ ଏଵେ ସରପଂଚ ଅଛନ୍ତି। ତେବେ ଏଠାରେ ଯେଉଁମାନେ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇବାକୁ ସଜଵାଜ ହୋଇଛନ୍ତି ସେମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ପ୍ରଦୀପ୍ତ ଦାସ, ସଂଜୟ ସାମଲ ଓ ଅଶୋକ ସାମଲଙ୍କ ନାଁ ସର୍ବାଗ୍ରେ ଥିବା ଜଣାଯାଇଛି।

 

ଅଶୋକ ସାମଲ
ସଂଜୟ ସାମଲ

ତେବେ ସମଗ୍ର ନିର୍ବାଚନମଣ୍ଡଳୀର ଆଖି କିଶନନଗର ପଞ୍ଚାୟତ ନିର୍ବାଚନ ଉପରେ ରହିଥିବା ବେଳେ ପଞ୍ଚାୟତର ଦୁଇ ଭେଟେରାନ ନେତା ଦିଲିପ୍ ମହାନ୍ତି ଓ ବିଳାସ ମଲ୍ଲିକ ଙ୍କ ଗୋଟି ଚାଳନା ଆଗାମୀ ଦିନରେ କେଉଁ ରୂପରେ କେଉଁ ଆଡକୁ ଗତି କରିଵ ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *