କଟକ ସଦର , ୩୧/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଐତିହାସିକ ବାରବାଟି ଷ୍ଟାଡିୟମରେ ଆସନ୍ତା ଫେବୃୟାରୀ ୯ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ମଧ୍ୟରେ
ଦିନିକିଆ କ୍ରିକେଟ ମ୍ୟାଚ୍ ପୂର୍ବରୁ ଆଜି (ଶୁକ୍ରବାର ଦିନ) ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗ୍ରାଉଣ୍ଡ ଜିରୋ ରେ ପହଞ୍ଚି ଷ୍ଟାଡିୟମ ର ସ୍ଥିତି ପରଖିଛନ୍ତି ।
ସବୁ ଵ୍ୟଵ୍ୟସ୍ଥା ଉପରେ ମୂଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିବା ବେଳେ ମୂଖ୍ୟମନ୍ତ୍ରୀ ଙ୍କ ସହିତ ମୂଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶଦାତା ତଥା ପୂର୍ବତନ ଡିଜିପି ପ୍ରକାଶ ମିଶ୍ର, କ୍ରିଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,କ୍ରିକେଟିୟର ପୂର୍ବତନ ବିଧାୟକ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ର ସଂପାଦକ ସଂଜୟ ବେହେରା, କଟକ ବିଜେପି ନଗର ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଙ୍କ ସମେତ ବହୁ ପଦସ୍ଥ କ୍ରିଡ଼ା ଅଧିକାରୀ ସାମିଲ ହୋଇଥିଲେ। ଏହି ଅବସରରେ ଭାରତ ବନାମ ଇଂଲଣ୍ଡ କୁ ନେଇ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଙ୍କର ଏକ ସଂଗୀତ କ୍ୟାସେଟ୍ କୁ ମୂଖ୍ୟମନ୍ତ୍ରୀ ଅନାବରଣ କରିଥିଲେ।
ଭାରତ ବନାମ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ ପୂର୍ବରୁ ବାରବାଟୀ ଷ୍ଟାଡିୟମ ର ସ୍ଥିତି ପରଖିଲେ ମୂଖ୍ୟମନ୍ତ୍ରୀ
