କଟକ ସଦର , ୨୪/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଵିଜେପି ନେତା ତଥା କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରାଙ୍କ ନେତୃତ୍ବରେ ଆଜି ରବିବାର ଦିନ କିଶନନଗର କିଶୋରଜୀୟୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ୪୦ ରୁ ଉର୍ଦ୍ଧ୍ୱ ଅନ୍ୟ ଦଳର କର୍ମୀ ଵିଜେପିରେ ସାମିଲ ହୋଇଥିଲେ। ଏହି ଅବସରରେ ଆୟୋଜିତ ମିଶ୍ରଣ ସଭାରେ ଵିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲିପ ମଲ୍ଲିକ, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା, ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,
ଜିଲ୍ଲା ଉପସଭାପତି ନିର୍ମଳ ଦାସ, ଜିଲ୍ଲା ସାଧାରଣ ସଂପାଦକ ଆଲୋକ ମହାନ୍ତି, ଜିଲ୍ଲା ସଂପାଦକ ରଶ୍ମି ରେଖା ପଟ୍ଟନାୟକ, ଅନୁସୂଚିତ ଜାତି ମୋର୍ଚା ସଂଯୋଜକ ଲିଙ୍ଗରାଜ ମଲ୍ଲିକଙ୍କ ସମେତ ପ୍ରଦୀପ ବେହେରା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେଘରେ ପହଞ୍ଚାଇବାକୁ କର୍ମୀ ମାନଙ୍କୁ ବକ୍ତବ୍ୟରେ କହିଥିଲେ।
କିଶନନଗର ଠାରେ କଟକ ସଦର ଵିଜେପିର ମିଶ୍ରଣ ପର୍ବ
