ଭୁବନେଶ୍ବର,୦୭/୦୪/୨୦୨୪ (ଓଡ଼ିଶା ସମାଚାର)- ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା ଓ ଶଶିଭୂଷଣ ବେହେରାଙ୍କ ଉପସ୍ଥିତିରେ ନିଜ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି।
ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଆଜି ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ଶଶିଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ନିକଟକୁ ପଠାଇବା ସହିତ ଦଳ ତାଙ୍କୁ ବିଧାୟକ ଏବ˚ ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କ˚ଗ୍ରେସ ପ୍ରତି କୃତଜ୍ଞ ବୋଲି ଉଲ୍ଲେଖ କରିଥିଲେ। ଦଳରୁ ଇସ୍ତଫା ଦେବା ପରେ ଗଣେଶ୍ବର ଗଣମାଧୢମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କର ଲକ୍ଷ୍ୟ ହେଉଛି, ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କାମ କରିବେ। କାମ କରିବାକୁ ହେଲେ ବିଧାନସଭା ଯିବାକୁ ପଡ଼ିବ। ସେଥିପାଇଁ ସେ ‘ଆମେ ବିଧାନସଭା ଯିବା’ ସ୍ଲୋଗାନ ଦେଇଥିଲେ। କିନ୍ତୁ ଏବେ ଅନୁଭବ କରୁଛନ୍ତି ଯେ କ˚ଗ୍ରେସରେ ରହି ବିଧାନସଭା ଯିବା ସମ୍ଭବନୁହେଁ। ଏହି ନିର୍ବାଚନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ ହାରିବାକୁ ଆଉ ଚାହୁନାହାନ୍ତି।