ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସମେତ ଅଧିକାରୀ ଓ କର୍ମଚାରୀମାନଙ୍କ ନିରବ ପ୍ରାର୍ଥନା
ଭୁବନେଶ୍ୱର, ୩୦/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜାତିର ପିତା ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ତଥା ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦମାନଙ୍କ ସ୍ମୃତିରେ ଆଜି ଶହୀଦ ଦିବସ ଲୋକସେବା ଭବନରେ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷ ପ୍ରାଙ୍ଗଣରେ ସମବେତ ହୋଇ ଶହୀଦ ଦିବସ ଉପଲକ୍ଷେ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।
-0-
ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ